www.samajalive.in
Saturday, December 6, 2025
14.1 C
Bhubaneswar

ଆଲୋଚନାରୁ ମିଳିଲାନି ନିଷ୍କର୍ସ, ପୁଣି ହେବ କୃଷକ-ସରକାର ୪ର୍ଥ ବୈଠକ

ଆଜି ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଚାଲିଥିବା କୃଷକ-ସରକାର ୩ୟ ବୈଠକ କୌଣସି ନିଷ୍ପତ୍ତି ବିନା ଶେଷ ହୋଇଛି। ପ୍ରାୟ ୩ଘଣ୍ଟାରୁ ଅଧିକ ସମୟଧରି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ୩୫ଟି କୃଷକ ସଂଗଠନର ନେତାମାନଙ୍କ ମଧ୍ୟରେ ଏହି ବୈଠକ ହୋଇଥିଲା। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ତୋମାର କହିଛନ୍ତି ଯେ ବୈଠକରେ କୃଷକ ସଂଗଠନ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଦାବି ଉପରେ ଗୁରୁତ୍ୱ ଦିଆଯାଇଛି ଓ ଏ ସମ୍ପର୍କରେ ଆହୁରି ଅଧିକ ଆଲୋଚନା କରିବା ପାଇଁ ଡିସେମ୍ବର ୩ରେ ସରକାର ଏବଂ କୃଷକ ସଂଗଠନ ମଧ୍ୟରେ ୪ର୍ଥ ବୈଠକ ଅନୁଷ୍ଠିତ ହେବ।

କୃଷିମନ୍ତ୍ରୀ କହିଛନ୍ତି ଯେ ପରବର୍ତ୍ତୀ ବୈଠକରେ ଆହୁରି ଅଧିକ କୃଷକ ସଂଗଠନର ନେତା ସାମିଲ ହେବାର ସମ୍ଭାବନା ରହିଛି। ତେବେ ସରକାର ସମସ୍ତ କୃଷକ ସଂଗଠନ ସହ କଥାବାର୍ତ୍ତା କରିବା ପାଇଁ ରାଜି ଥିବା କୃଷିମନ୍ତ୍ରୀ ଶ୍ରୀ ତୋମାର କହିଛନ୍ତି। କୃଷକ ସଂଗଠନଗୁଡିକ କେବେ ଆନ୍ଦୋଳନ ସମାପ୍ତ କରିବେ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ କହିଛନ୍ତି ଯେ କୃଷକମାନେ ଆନ୍ଦୋଳନ ବନ୍ଦ କରିବା ଆବଶ୍ୟକ କିନ୍ତୁ ସେ ବିଷୟରେ କୃଷକ ସଂଗଠନଗୁଡିକ ନିଷ୍ପତ୍ତି ନେବେ।

- Advertisement -

ପଞ୍ଜାବର କୃଷକମାନେ କୃଷି ବିଲ୍ ବିରୋଧରେ କରୁଥିବା ଆନ୍ଦୋଳନକୁ ଆଜି ୫ ଦିନ ପରେ ସରକାର ଆଲୋଚନା କରିବାକୁ ଆସିଥିଲେ। ବୈଠକରେ ବାଣିଜ୍ୟ ମନ୍ତ୍ରୀ ସୋମ ପ୍ରକାଶ ଏବଂ ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories