www.samajalive.in
Sunday, December 7, 2025
14.1 C
Bhubaneswar

ଏବେ ବୃଦ୍ଧି ହେବନି ପିଏମ କିସାନ ଅର୍ଥ ରାଶି

ଡେସ୍କ: ପ୍ରଧାନମନ୍ତ୍ରୀ କିସାନ ଯୋଜନାରେ କୃଷକମାନଙ୍କୁ ଦିଆଯାଉଥିବା ଅର୍ଥ ପରିମାଣ ଏବେ ବୃଦ୍ଧି ହେବା ନେଇ କୌଣସି ଯୋଜନା ନ ଥିବା କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି। ଆଜି ଲୋକସଭାରେ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଓ ଡଃ ଜୟନ୍ତ କୁମାର ରାୟଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମୁଣ୍ଡା ଏହା କହିଛନ୍ତି। ଉଭୟ ସାଂସଦ ପିଏମ କିସାନ ଯୋଜନାରେ ଲାଭାନ୍ଵିତ ହେଉଥିବା ହିତାଧିକାରୀଙ୍କ ସଂଖ୍ୟା ଓ ଏହି ଯୋଜନାରେ ଦିଆଯାଉଥିବା ଅର୍ଥ ପରିମାଣ ବୃଦ୍ଧି ସମ୍ପର୍କିତ ପ୍ରଶ୍ନ ପଚାରିଥିଲେ।

ଓଡ଼ିଶାକୁ ଆସି ବହୁତ ଭଲ ଲାଗୁଛି, ଘୃଣାର ବଜାର ଆଗରେ ଆପଣମାନେ ପ୍ରେମର ଦୋକାନ ଖୋଲିଲେ-ରାହୁଲ ଗାନ୍ଧୀ

- Advertisement -

ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଥିଲେ ଯେ ପିଏମ-କିଷାନ ଯୋଜନା ହେଉଛି ଏକ କେନ୍ଦ୍ରୀୟ ଯୋଜନା ଯାହା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୦୧୯ ଫେବୃଆରୀରେ ଆରମ୍ଭ କରାଯାଇଥିଲା। ଏହି ଯୋଜନା ଅଧୀନରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (ଡିବିଟି) ମାଧ୍ୟମରେ ପ୍ରତି ଚାରି ମାସରେ ଦେଶର କୃଷକ ପରିବାରର ବ୍ୟାଙ୍କ ଆକାଉଣ୍ଟକୁ ୩ଟି କିସ୍ତିରେ ବାର୍ଷିକ ୬ ହଜାର ଟଙ୍କାର ଆର୍ଥିକ ଲାଭ ହସ୍ତାନ୍ତର କରାଯାଏ। ପିଏମ-କିଷାନ ଯୋଜନା ହେଉଛି ବିଶ୍ୱର ସବୁଠାରୁ ବଡ ଡିବିଟି ଯୋଜନା।ହିତାଧିକାରୀଙ୍କ ପଞ୍ଜୀକରଣ ଓ ଯାଞ୍ଚରେ ସ୍ୱଚ୍ଛତା ବଜାୟ ରଖି କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ୧୫ଟି କିସ୍ତିରେ ୧୧ କୋଟିରୁ ଅଧିକ ଚାଷୀଙ୍କୁ ୨.୮୧ ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି।

ମସ୍କଙ୍କଠାରୁ ନଂ୧ ମୁକୁଟ ଛଡ଼ାଇ ନେବେ କି ଜେଫ୍‌ ବେଜୋସ୍‌ ?

ତେବେ ବର୍ତ୍ତମାନ ଏହି ଅର୍ଥ ପରିମାଣ ବୃଦ୍ଧି କରିବା ନେଇ କୌଣସି ଯୋଜନା ନ ଥିବା ସେ କହିଛନ୍ତି। ସୂଚନା ଅନୁଯାୟୀ ଏହି ଯୋଜନାରେ ୨୦୧୮-୧୯ରେ ୩ କୋଟି ୨ ଲକ୍ଷ ୬୮ ହଜାର ୧୧୩ଟି କୃଷକ ପରିବାରକୁ ୬ ହଜାର ୩୨୩ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ୨୦୧୯-୨୦ରେ ୮ କୋଟି ୮୧ ଲକ୍ଷ ୯ ହଜାର ୬୭୯ଟି କୃଷକ ପରିବାରକୁ ୪୮ ହଜାର ୭୪୦ କୋଟି ଟଙ୍କା, ୨୦୨୦-୨୧ରେ ୧୦ କୋଟି ୧୩ ଲକ୍ଷ ୨୬ ହଜାର ୭୧୦ଟି କୃଷକ ପରିବାରକୁ ୬୧ ହଜାର 937 କୋଟି ଟଙ୍କା, ୨୦୨୧-୨୨ରେ ୧୦ କୋଟି ୭୮ ଲକ୍ଷ ୯୪ ହଜାର ୫୧୭ଟି କୃଷକ ପରିବାରକୁ ୬୭ ହଜାର ୧୩୧ କୋଟି ଟଙ୍କା, ୨୦୨୨-୨୩ରେ ୧୦ କୋଟି ୭୩ ଲକ୍ଷ ୩୧ ହଜାର ୭୧୬ଟି କୃଷକ ପରିବାରକୁ ୫୮ ହଜାର ୨୭୩ କୋଟି ଟଙ୍କା ଓ ୨୦୨୩-୨୪ରେ ଏପର୍ଯ୍ୟନ୍ତ ୯ କୋଟି ୨୧ ଲକ୍ଷ ୧୬ ହଜାର ୨୪୮ଟି କୃଷକ ପରିବାରକୁ ୩୮ ହଜାର ୭୮୮ କୋଟି ଟଙ୍କା ପ୍ରଦାନ କରାଯାଇଛି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories