ଭିନ୍ନକ୍ଷମ ବିଧବାଙ୍କ ପାଇଁ ସରକାରୀ ଯୋଜନା ସାତସପନ

ବାଉଁଶୁଣି : ବୌଦ୍ଧ ସଦର ବ୍ଲକ ତାଳସରଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଟାଇଞ୍ଜନ ଗ୍ରାମରେ ଅସହାୟ ବିଧବା ଓ ଭିନ୍ନକ୍ଷମ ମହିଳାଙ୍କୁ ମିଳୁନି ସରକାରଙ୍କ ଜନକଲ୍ୟାଣ କାରୀ ଯୋଜନା। ସୂଚନା ଅନୁଯାୟୀ ଟାଇଞ୍ଜନ ଗ୍ରାମର ପ୍ରହଲ୍ଲାଦ ପାଣିଗ୍ରାହୀ ତାଙ୍କର ଧର୍ମପତ୍ନି ରୀନା ପାଣିଗ୍ରାହୀ ଓ ଦୁଇ ପୁଅଙ୍କ ସହ ହସଖୁସିରେ ସୁନାର ସଂସାର ଚାଲିଥିବା ବେଳେ ହଠାତ୍ ମାଡି ଆସିଲା କଳା ବାଦଲ । ଗତ ୨୬.୧୦.୨୦୨୨ରେ ପ୍ରହଲ୍ଲାଦ ପାଣିଗ୍ରାହୀ ନିମୋନିଆ ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରିଥିଲେ। ଯାହା ଫଳରେ ରୀନା ପାଣିଗ୍ରାହୀ ଓ ତାଙ୍କର ଦୁଇ ପୁଅ ଅତି ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଥିବା ଦେଖିବାକୁ ମିଳିଛି।

Comments are closed.