www.samajalive.in
Friday, December 5, 2025
20.1 C
Bhubaneswar

ଏହି ଗାଁରେ ଘରେ ରୋଷେଇ ମନା

ସମାଜ ଡିଜିଟାଲ ଡେସ୍କ: ଗୁଜରାଟରେ ଚନ୍ଦକି ନାମକ ଏପରି ଏକ ଗ୍ରାମ ରହିଛି ଯେଉଁଠାରେ ବ୍ୟକ୍ତିଗତ ଭାବେ କାହାରି ଘରେ ରୋଷେଇ ହୋଇନଥାଏ। ଏଠାରେ ପ୍ରତିଦିନ ଦୁଇବେଳା ସମସ୍ତ ଗ୍ରାମବାସୀଙ୍କ ନିମନ୍ତେ ଗୋଟିଏ ସ୍ଥାନରେ ଖାଦ୍ୟ ରନ୍ଧା ଯାଇଥାଏ। ଏପରି ହେବାର କାରଣ ମଧ୍ୟ ରହିଛି। ଏହି ଗାଁରେ ପୂର୍ବରୁ ଏକହଜାରରୁ ଅଧିକ ବ୍ୟକ୍ତି ରହୁଥିଲେ। ତେବେ ଅର୍ଥ ରୋଜଗାର ନିମନ୍ତେ ଗାଁର ଯୁବଗୋଷ୍ଠୀ ଅନ୍ୟ ସହର ତଥା ବିଦେଶକୁ ପଳାଇବା ଆରମ୍ଭ କରି ଦେଇଥିଲେ। ଫଳରେ ଏହି ଗାଁରେ ପାଖାପାଖି ୫୦୦ଜଣ ରହିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ବୟସ୍କ। ନିଜ ଘରେ ଏହି ବୟସ୍କମାନେ ଏକୁଟିଆ ରହିବା ଫଳରେ ସେମାନେ ଏକାକୀବୋଧ ଅନୁଭବ କରିଥିଲେ। ବୟସ୍କଙ୍କ ଏକୁଟିଆପଣ ଦୂର କରିବା ନିମନ୍ତେ ଗାଁର ସରପଞ୍ଚ ପୁନମଭାଇ ପଟେଲ ଏକ ଅଭିନବ ଯୋଜନା ପ୍ରସ୍ତୁତ କଲେ। ଗାଁର ପ୍ରତ୍ୟେକ ଘରେ ରୋଷେଇ କରିବା ପରିବର୍ତ୍ତେ ସମସ୍ତ ଗ୍ରାମବାସୀ ଏକାଠି ଦୁଇବେଳା ଭୋଜନ କରିବା ସହ ପରସ୍ପର ସହ ସୁଖଦୁଃଖ ବାଣ୍ଟିବା ନିମନ୍ତେ ସେ ପଦକ୍ଷେପ ଗ୍ରହଣ କରିଥିଲେ। ବର୍ତ୍ତମାନ ଏହି ଗ୍ରାମର କୌଣସି ଘରେ ରୋଷେଇ ହେଉ ନାହିଁ। ପ୍ରତିଦିନ ସମସ୍ତ ଗ୍ରାମବାସୀଙ୍କ ନିମନ୍ତେ ଏକତ୍ର ଭୋଜନ ପ୍ରସ୍ତୁତ କରାଯାଉଛି। ଦୁଇବେଳା ସୁସ୍ବାଦୁ ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିବା ନିମନ୍ତେ ସ୍ବତନ୍ତ୍ର ଭାବେ ରୋଷେୟାଙ୍କୁ ନିଯୁକ୍ତ କରାଯାଇଛି। ଏକାଠି ଖାଦ୍ୟ ଖାଇବା ଫଳରେ ବୟସ୍କମାନେ ନିଜର ଏକାକୀପଣ ଭୁଲି ଖୁସିରେ ରହୁଥିବା ଜଣାପଡ଼ିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories