www.samajalive.in
Friday, December 5, 2025
26.1 C
Bhubaneswar

ଚୀନ ପରୀକ୍ଷା କଲା ଆଇସିବିଏମ୍‌

ବେଜିଂ: ଦୀର୍ଘ ଏକ ଦଶନ୍ଧି ପରେ ଚୀନ ପ୍ରଥମ କରି ଆନ୍ତଃ ମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର (ଆଇସିବିଏମ୍‌) ପରୀକ୍ଷା କରିଛି। ଆଇସିବିଏମ୍ ପରୀକ୍ଷା ସଫଳ କରିବା ସମ୍ପର୍କରେ ବୁଧବାର ଚୀନ ଘୋଷଣା କରିଛି। ପୂର୍ବରୁ ଚୀନ ଏପରି କ୍ଷେପଣାସ୍ତ୍ରକୁ ଅନେକ ଥର ଗୋପନୀୟ ଭାବେ ପରୀକ୍ଷା କରିଥିବାବେଳେ ପ୍ରଥମ କରି କ୍ଷେପଣାସ୍ତ୍ର ପରୀକ୍ଷା କରିଥିବା ସ୍ବୀକାର କରିଛି। ଚୀନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତି ଅନୁଯାୟୀ ବୁଧବାର ପିପୁଲ୍ସ ଲିବରେସନ ଆର୍ମି ରକେଟ୍ ଫୋର୍ସ ସ୍ଥାନୀୟ ସମୟ ୮ଟା ୪୪ରେ ଆଇସିବିଏମ୍‌କୁ ପରୀକ୍ଷା କରିଥିଲା। ପରୀକ୍ଷା ସମୟରେ କ୍ଷେପଣାସ୍ତ୍ରଟି ଏହାର ଧାର‌୍ୟ୍ୟ ଲକ୍ଷ୍ୟସ୍ଥଳରେ ପଡିଥିଲା। ପ୍ରଶାନ୍ତ ମହାସାଗରରେ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିବାବେଳେ ଏଥିରେ କୌଣସି ଯୁଦ୍ଧାସ୍ତ୍ର ବ୍ୟବହାର ହୋଇ ନଥିଲା। ଚୀନ କହିଛି ଯେ ଏହି କ୍ଷେପଣାସ୍ତ୍ର ପରୀକ୍ଷା ବାର୍ଷିକ ନିୟମିତ ପରୀକ୍ଷା ଅଭ୍ୟାସ। ଏହା କୌଣସି ଦେଶକୁ ଟାର୍ଗେଟ କରିବା ଲାଗି ନିର୍ମିତ ହୋଇନାହିଁ। ପିଏଲଏର ରକେଟ୍ ଫୋର୍ସ ଚୀନର କ୍ଷେପଣାସ୍ତ୍ର ପରିଚାଳନା ଓ ଆଧୁନିକୀକରଣ ଦାୟିତ୍ବ ନେଇଥାଏ। ଆମେରିକା ତିଆରି କରୁଥିବା କ୍ଷେପଣାସ୍ତ୍ର ଆଧାରରେ ଚୀନ ନିଜର କ୍ଷେପଣାସ୍ତ୍ରକୁ ଅପଗ୍ରେଡ କରୁଛି। ତେବେ ଚୀନ କାହା ବିରୋଧରେ ଆଗୁଆ ଅଣୁଅସ୍ତ୍ର ପ୍ରୟୋଗ ନକରିବା ନୀତିକୁ ଆପଣାଇଛି। ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସେଣ୍ଟ୍ରାଲ ମିଲିଟାରୀ କମିସନର ମୁଖ୍ୟ ଭାବେ ପରମାଣୁ ଅସ୍ତ୍ରର ମାଲିକ। ଚୀନ ପାଖରେ ଏବେ ୫୦୦ ପରମାଣୁ କ୍ଷେପଣାସ୍ତ୍ର ରହିଛି। ଏଥିରୁ ୩୫୦ଟି ହେଉଛି ଆଇସିବିଏମ୍। ଏହା ପାଖରେ ୧୦୦୦ରୁ ଅଧିକ ଯୁଦ୍ଧାସ୍ତ୍ର ରହିଛି।
ଚୀନର ଆଇସିବିଏମ୍ ପରୀକ୍ଷା ନେଇ ନ୍ୟୁଜିଲାଣ୍ଡ ଓ ଜାପାନ ଉଦ୍‌ବେଗ ପ୍ରକାଶ କରିଛନ୍ତି। ନ୍ୟୁଜିଲାଣ୍ଡ ସରକାର କହିଛନ୍ତି ଯେ ଚୀନର ଏହି କ୍ଷେପଣାସ୍ତ୍ର ପରୀକ୍ଷା ଉଦ୍‌ବେଗର ବିଷୟ। ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର ସମୂହ ଏକ ଶାନ୍ତିପୂର୍ଣ୍ଣ, ସ୍ଥିର ଓ ସୁରକ୍ଷିତ ଅଞ୍ଚଳ ଆଶା କରୁଥିବାବେଳେ ଚୀନ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ଜାପାନ ସରକାରଙ୍କ ମୁଖପାତ୍ର ୟୋସିହାମା ହାୟାସି କହିଛନ୍ତି ଯେ ଚୀନ ଏହାର ଆଇସିବିଏମ୍ ପରୀକ୍ଷା ସମ୍ପର୍କରେ କୌଣସି ସୂଚନା ଦେଇ ନଥିଲା। ପ୍ରଶାନ୍ତ ମହାସାଗର ମଧ୍ୟରେ ଏପରି କ୍ଷେପଣାସ୍ତ୍ର ପରୀକ୍ଷା କରି ଏହି ଅଞ୍ଚଳକୁ ଚୀନ ଅସୁରକ୍ଷିତ କରିବାକୁ ଉଦ୍ୟମ କରୁଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories