www.samajalive.in
Saturday, December 6, 2025
15.1 C
Bhubaneswar

୨୦ ଘଣ୍ଟା ବିତିଲା, ବାୟୁସେନା ବିମାନର ପତ୍ତା ମିଳୁନି; ସୁଖୋଇ ସମେତ ୩ ଯୁଦ୍ଧ ବିମାନ ସର୍ଚ୍ଚ ଅପରେଶନରେ ସାମିଲ

ନୂଆଦିଲ୍ଲୀ: ଆସାମ ଏୟାରବେସ୍‌ରୁ ଉଡ଼ାଣ ଆରମ୍ଭ କରିବା ପରେ ନିଖୋଜ ହୋଇଯାଇଥିବା ଭାରତୀୟ ବାୟୁସେନା ବିମାନ ଏଏନ-୩୨ର କୌଣସି ପତ୍ତା ମିଳୁନାହିଁ। ନିଖୋଜର ୨୦ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ବିମାନ ସମ୍ପର୍କରେ ବାୟୁସେନାକୁ କୌଣସି ସୁରାଗ ମିଳିପାରି ନାହିଁ। ସୋମବାର ଅପରାହ୍ନ ୧ଟାରେ ବାୟୁସେନାର ଏହି ପରିବହନ ବିମାନ ସହିତ ଶେଷ ଥର ପାଇଁ ସମ୍ପର୍କ ହୋଇଥିଲା। ଏହା ପରଠାରୁ ବିମାନ ସହିତ ସମ୍ପର୍କ ଚ୍ଛିନ୍ନ ହୋଇଯାଇଛି। ବିମାନରେ ୧୩ ଜଣ ଥିବାବେଳେ ୮ଜଣ କ୍ରୁ ସଦସ୍ୟ ରହିଥିଲେ। ଏହାକୁ ଖୋଜିବା ଲାଗି ସବୁ ପ୍ରକାର ଉଦ୍ୟମ ଚାଲିଛି। ଏହାକୁ ଠାବ କରିବା ଲାଗି ଚାଲିଥିବା ସର୍ଚ୍ଚ ଅପରେଶନରେ ସି-୧୩୦ଜେ, ସି-୧୩୦ ହର୍କୁଲସ ଏବଂ ସୁଖୋଇ ସୁ-୩୦ ଯୁଦ୍ଧ ବିମାନ ସାମିଲ ହୋଇଛନ୍ତି। ଏହାବ୍ୟତୀତ ବିଭିନ୍ନ ସ୍ଥାନରେ ମୁତୟନ ହୋଇଥିବା ସୁରକ୍ଷା କର୍ମୀମାନେ ବି ବିମାନର ପତ୍ତା ଲଗାଇବାକୁ ଉଦ୍ୟମ ଚଳାଇଛନ୍ତି। ଭାରତୀୟ ସେନା ପକ୍ଷରୁ ବିଭିନ୍ନ ସରକାରୀ ଏବଂ ଘରାଇ ସଂସ୍ଥା ସହିତ ସମନ୍ବୟ ରଖାଯାଇଛି।

ସୂଚନାଯୋଗ୍ୟ, ଏହା ପବୂରୁ ୨୦୧୬ ଜୁଲାଇରେ ଭାରତୀୟ ବାୟୁସେନାର ଏଏନ-୩୨ ପରିବହନ ବିମାନ ପଶ୍ଚିମବଙ୍ଗର ଖାଡି ଅଞ୍ଚଳରେ ନିଖୋଜ ହୋଇଯାଇଥିଲା। ଏଥିର ୨୯ ଜଣ ଥିଲେ। ବିମାନ ଚେନ୍ନାଇର ଏକ ଏୟାରବେସ୍‌ରୁ ଉଡ଼ାଣ କରି ଆଣ୍ଡାମାନ ନିକୋବର ଅଭିମୁଖେ ବାହାରିଥିଲା।କିନ୍ତୁ ଉଡ଼ାଣ କରିବାର ୧ ଘଣ୍ଟା ପରେ ବିମାନ ସହ ସମ୍ପର୍କ ଚ୍ଛିନ୍ନ ହୋଇଯାଇଥିଲା। ଏହାପରେ ବିମାନକୁ ଠାବ କରିବା ଲାଗି ଭାରତୀୟ ବାୟୁସେନା ଅପରେଶନ ଆରମ୍ଭ କରିଥିଲା। ପରେ ସମୁଦ୍ରରେ ବିମାନ ନିଖୋଜ ହୋଇଥିବା ଆଶଙ୍କାରେ ମଧ୍ୟ ଖୋଜାଖୋଜି କରାଯାଇଥିଲା। କିନ୍ତୁ ବିମାନର ପତ୍ତା ମିଳି ନ ଥିଲା। ଏହା ଭାରତର ସବୁଠାରୁ ବଡ଼ ସର୍ଚ୍ଚ ଅପରେଶନ ଥିଲା। ଶେଷରେ ସେହିବର୍ଷ ସେପ୍ଟେମ୍ବରରେ ଏହି ଅଭିଯାନକୁ ବନ୍ଦ କରିଦିଆଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories