www.samajalive.in
Sunday, December 7, 2025
18.1 C
Bhubaneswar

ପ୍ରମାଣ ନାହିଁ, ମୋ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରୁଛି ଇଡି – ହେମନ୍ତ ସୋରେନ୍

ଡେସ୍କ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗତ ରାତିରେ ଗିରଫ କରିବା ପରେ, ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ କୋର୍ଟରେ ହାଜର କରାଇଛି। ଇଡି ସୋରେନଙ୍କୁ ୫ ଦିନ ଲାଗି ହେପାଜତକୁ ନେବାକୁ ଆବେଦନ କରିବାର ସମ୍ଭାବନା ରହିଛି। ତେବେ ଶ୍ରୀ ସୋରେନ ଅଭିଯୋଗ କରିଛନ୍ତି ଯେ ତାଙ୍କ ଦିଲ୍ଲୀ ବାସଭବନରେ ଚଢ଼ାଉ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରିଛି।


ଗିରଫ ହେବାର ଗୋଟିଏ ଦିନ ପରେ ଶ୍ରୀ ସୋରେନ ଏକ ଭିଡିଓ ବାର୍ତ୍ତା ପ୍ରକାଶ କରିଛନ୍ତି। ସେଥିରେ ସୋରେନ ଦାବି କରିଛନ୍ତି ଯେ ସେ ଗିରଫ ହୋଇଥିବା ଅର୍ଥ ହେରଫେର ମାମଲା ସହ ଜଡିତ ନୁହଁନ୍ତି।

- Advertisement -

ସେହି ଭିଡିଓ ବାର୍ତ୍ତାରେ ସେ କହିଛନ୍ତି, ବୋଧହୁଏ ଆଜି ଇଡି ମୋତେ ଗିରଫ କରିବ, କିନ୍ତୁ ମୁଁ ଚିନ୍ତିତ ନୁହେଁ କାରଣ ମୁଁ ଶିବୁ ସୋରେନଙ୍କ ପୁଅ। ପୁରା ଦିନ ପଚରାଉଚରା ପରେ ସେମାନେ ମୋ ସହ ଜଡିତ ନଥିବା ମାମଲାରେ ମୋତେ ଯୋଜନାବଦ୍ଧ ଭାବେ ଗିରଫ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି।

ଯୁବକଙ୍କ ନୃତ୍ୟରେ ଭାଙ୍ଗିଗଲା ଛାତ, ଦେଖନ୍ତୁ ଭିଡ଼ିଓ

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories