www.samajalive.in
Monday, December 15, 2025
17.1 C
Bhubaneswar

ନାହାନ୍ତି କର୍ମଚାରୀ; ଖୋଲାରେ ପଡ଼ିଛି ଡାକବାକ୍ସ

ଜଟଣୀ : ଜଟଣୀ ମୁଖ୍ୟ ଡ଼ାକଘରେ ଆବଶ୍ୟକୀୟ କର୍ମଚାରୀ ନାହାନ୍ତି। ମୁଖ୍ୟ ଡ଼ାକ ଘର ସମ୍ମୁଖ ଫାଟକଠାରେ ଥିବା ଡ଼ାକବାକ୍ସ ଭାଙ୍ଗିରୁଜି ଯାଇଛି। ଲୋକ ଚିଠିପତ୍ର ପକାଇ ପାରୁନାହାନ୍ତି। ଡ଼ାକଘର ପରିସରରେ ଥିବା ଏଟିଏମ୍‍ ଅଚଳ ହୋଇପଡ଼ିଛି। ଜେନେରେଟର କାମ କରୁ ନାହିଁ। ସହରରେ ଲୋକସଂଖ୍ୟା ବଢ଼ିଛି କିନ୍ତୁ ୮ ଜଣଙ୍କ ଜାଗାରେ ୩ ଜଣ ପୋଷ୍ଟମ୍ୟାନ ଅଛନ୍ତି। ଚିଠିପତ୍ର ବାଣ୍ଟିବାକୁ ସେମାନଙ୍କୁ କଷ୍ଟ ହେଉଛି। ଲୋକମାନେ ଠିକ ସମୟରେ ଚିଠି ପତ୍ର ପାଉନଥିବା ଅଭିଯୋଗ ହେଇଛି। ଜଟଣୀ ମୁଖ୍ୟଡ଼ାକଘର ଅଧିନରେ ରାଜାବଜାର, ଲୋକକଲୋନୀ, ରେତଙ୍ଗ କଲୋନୀ, ଟ୍ରାଫିକ କଲୋନୀ, ଓଡ଼ିଶା ଇଞ୍ଜିନିୟରିଂ କଲେଜ ଉପ ଡ଼ାକ ଘର ରହିଛି। ଏହାଛଡ଼ା ତରାବୋଇ, ତିରିମଲ, କୁଶମାଟି, ବଡ଼ତୋଟା, ଅରୁଗୁଳ ଆଦି ୧୨ଟି ଉପଶାଖା ଡ଼ାକ ଘର କାର୍ଯ୍ୟକରୁଛି। ଜଟଣୀ ମୁଖ୍ୟଡ଼ାକ ଘର ଏକ ପୋଷ୍ଟାଲ ସବ୍‍ଡ଼ିଭଜନ। ପୁରୀରୁ ଅଲଗା ହୋଇ ଭୁବନେଶ୍ୱର ଡ଼ାକମଣ୍ଡଳ ଅଧିନକୁ ଯାଇଛି। ପୂର୍ବରୁ ଏଠାରେ ରହୁଥିବା ଡ଼ାକ ନିରୀକ୍ଷକ ଏବେ ଭୁବନେଶ୍ୱରରେ କାର୍ଯ୍ୟ କରୁଛନ୍ତି। ଡ଼ାକଘରେ ପ୍ରିଣ୍ଟିଂମେସିନ ନାହିଁ। ଟଙ୍କା ଜମା କଲେ ରସିଦ ମିଳୁ ନାହିଁ। ଜମାଖାତା ଅପ୍‍ଡ଼େଟ୍‍ ଏବଂ ସୁଧ କଷା ହୋଇ ପାରୁ ନାହିଁ। ବାତ୍ୟା ‘ଫଣି’ଠାରୁ ଶୌଚାଳୟରେ ଲାଇଟ ନାହିଁ। ଭିନ୍ନକ୍ଷମଙ୍କ ଲାଗି ଉଦ୍ଦିଷ୍ଟ ଶୌଚାଳୟରେ ତାଲା ଝୁଲୁଛି। ଏ ସମ୍ପର୍କରେ ଅଭିଯୋଗ କଲେ କେହି ଶୁଣିବାକୁ ନାହାନ୍ତି। ଜଟଣୀ ମୁଖ୍ୟ ଡ଼ାକଘର ପୋଷ୍ଟମାଷ୍ଟର ମାଧବ ଚନ୍ଦ୍ର ସାହୁ କୁହନ୍ତି କର୍ମଚାରୀଙ୍କୁ ଏପଟ ସେପଟ କରି କାମ କରିବାକୁ ପଡ଼ୁଛି। ମୁଖ୍ୟ ଡ଼ାକଘରର ସୌନ୍ଦର୍ଯ୍ୟକରଣ କରାଯାଇଛି। ଡ଼ାକଘର ପରିସରରେ ଥିବା ପୋଷ୍ଟମାଷ୍ଟରଙ୍କ କ୍ୱାର୍ଟର୍ସ ନବୀକରଣ କରାଯାଉଛି। ମହାମାରୀ କରୋନାକୁ ଖାତିର ନ କରି ଲୋକଙ୍କୁ ସେବା ଯୋଗାଇ ଦେଉଥିବା ଜଟଣୀ ଡ଼ାକ କର୍ମଚାରୀଙ୍କୁ ପ୍ରୋତ୍ସାହନ ରାଶୀ ପ୍ରଦାନ କରିବା ନିମନ୍ତେ ଜଟଣୀ ଡ଼ାକ କର୍ମଚାରୀ ୟୁନିୟନ ଡ଼ାକ ଅଧୀକ୍ଷକଙ୍କୁ ଅନୁରୋଧ କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories