www.samajalive.in
Sunday, December 14, 2025
19.1 C
Bhubaneswar

ଏନଆରସି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନି – ମୋଦୀ

ନୂଆଦିଲ୍ଲୀ: ହିଂସା ପରିତ୍ୟାଗ କରି ସର୍ବସାଧାରଣ ସମ୍ପତ୍ତିକୁ କ୍ଷତି ନ ପହଞ୍ଚାଇବାପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି, ନାଗରିକତା ସଂଶୋଧନ ଆଇନ ଓ ଜାତୀୟ ନାଗରିକ ପଞ୍ଜିକା କୌଣସି ଗୋଟିଏ ଧର୍ମର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ସେ ସ୍ପଷ୍ଟ କରିଛନ୍ତି, ଜାତୀୟ ନାଗରିକ ପଞ୍ଜିକା ସମ୍ପର୍କରେ ତାଙ୍କ ସରକାର ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି। ରବିବାର ନୂଆଦିଲ୍ଲୀର ରାମଲୀଳା ମଇଦାନରେ ଅନୁଷ୍ଠିତ ବିଜେପି ଧନ୍ୟବାଦ ର‍୍ୟାଲିରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ପଡ଼ୋଶୀ ରାଷ୍ଟ୍ରମାନଙ୍କରୁ ଭାରତକୁ ଚାଲିଆସିଥିବା ସଂଖ୍ୟାଲଘୁମାନଙ୍କୁ ନାଗରିକତା ପ୍ରଦାନ କରିବା ହେଉଛି ନାଗରିକତା ସଂଶୋଧନ ଆଇନର ଉଦ୍ଦେଶ୍ୟ। ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ସଂଖ୍ୟାଲଘୁମାନଙ୍କୁ ଭୁଲ୍‍ ଧାରଣା ଦେଉଥିବା ନେଇ ସେ ବିରୋଧି ଦଳଗୁଡ଼ିକୁ ସମାଲୋଚନା କରିଛନ୍ତି।

ବାଂଲାଦେଶର ନିର୍ଯାତିତ ସଂଖ୍ୟାଲଘୁମାନଙ୍କୁ ନାଗରିକତା ପ୍ରଦାନ କରିବା ସମ୍ପର୍କରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଦେଇଥିବା ମନ୍ତବ୍ୟକୁ ମୋଦୀ ଦୋହରାଇଛନ୍ତି। ସେ କହିଛନ୍ତି, ସଂଖ୍ୟାଲଘୁମାନଙ୍କ ପ୍ରତି ପାକିସ୍ତାନ କରୁଥିବା ପାତର ଅନ୍ତର ଘଟଣାକୁ ଲୋକଲୋଚନକୁ ଆଣିବା ପାଇଁ ଦେଶ ନିକଟରେ ଏକ ସୁଯୋଗ ଥିଲା। ମାତ୍ର ହୀନ ରାଜନୀତି ଯୋଗୁଁ ଏହା ହୋଇପାରିଲା ନାହିଁ। ଏକ ଆବେଗପୂର୍ଣ୍ଣ ଭାଷଣରେ ସେ ତାଙ୍କ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟକ୍ରମରେ କୌଣସି ପାତର ଅନ୍ତର ଖୋଜି ବାହାର କରିବାକୁ ବିରୋଧିମାନଙ୍କୁ ଆହ୍ୱାନ ଦେଇଛନ୍ତି। ବିରୋଧିମାନେ ଭୋଟ ବ୍ୟାଙ୍କ୍‍ ରାଜନୀତି କରୁଥିବା ଅଭିଯୋଗ କରି ଯୁବାବର୍ଗ ଏହି ଗୁଜବକୁ ବିଶ୍ୱାସ ନ କରିବାକୁ ସେ ନିବେଦନ କରିଛନ୍ତି।

- Advertisement -

ତାଙ୍କ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହି ସବୁ କାର୍ଯ୍ୟକ୍ରମରେ ସମାଜର ସବୁ ବର୍ଗର ଲୋକଙ୍କୁ ହିତାଧିକାରୀ ଭାବେ ବିବେଚନା କରାଯାଇଛି। ଏଥିରେ ଧର୍ମ ଓ ଜାତି ନାମରେ କୌଣସି ବିଭେଦ କରାଯାଇ ନାହିଁ। ଏହି ଅବସରରେ ସେ କହିଛନ୍ତି, କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତ ମାଧ୍ୟମରେ ୭୦ ଲକ୍ଷ ଲୋକ ଉପକୃତ ହୋଇଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories