BJD Bijuli 480×75 Mob

ଅନାସ୍ଥା ପ୍ରସ୍ତାବ ଆଗତରେ ଏଆଇଏଡିଏମ୍‌କେର ପ୍ରତିବନ୍ଧକ

BJD Bijuli 480×75 Mob
0

ନୂଆଦିଲ୍ଲୀ : ଏଆଇଏଡିଏମ୍‌କେ ସଦସ୍ୟଙ୍କ ପ୍ରତିବନ୍ଧକ ଯୋଗୁଁ ଲୋକସଭାରେ ସରକାର ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଗତ ହୋଇପାରି ନାହିଁ। ବୁଧବାର ଏଆଇଏଡିଏମ୍‌କେ ସଦସ୍ୟଙ୍କ ହୋହଲ୍ଲା ଯୋଗୁଁ ଗୃହକୁ ମୁଲତବୀ ରଖାଯାଇଥିଲା। ଫଳରେ ବିଭିନ୍ନ ବିରୋଧୀ ଦଳଗୁଡିକ ପକ୍ଷରୁ ଦିଆଯାଇଥିବା ଅନାସ୍ଥା ପ୍ରସ୍ତାବ ନୋଟିସ ଆଗତ କରାଯାଇପାରି ନଥିଲା। ପୂର୍ବାହ୍ଣରେ ସାମୟିକ ମୁଲତବୀ ପରେ ମଧ୍ୟାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ସମୟରେ କଂଗ୍ରେସ, ଟିଡିପି, ବାମ ଦଳ ସମେତ ଅନ୍ୟାନ୍ୟ ବିରୋଧୀମାନେ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ଦାବି କରିଥିଲେ। ବିରୋଧୀଙ୍କ ଏପରି ଦାବି ସମୟରେ ଏଆଇଏଡିଏମ୍‌କେ ସଦସ୍ୟମାନେ ହଠାତ୍‌ ଗୃହର ମଧ୍ୟ ଭାଗକୁ ଚାଲିଆସି କାବେରୀ ନଦୀ ଜଳ ପରିଚାଳନା ବୋର୍ଡ ଗଠନ ଦାବିରେ ହୋହଲ୍ଲା କରିଥିଲେ। ସଦସ୍ୟମାନେ ‘ ଉଇ ୱାଣ୍ଟ ଜଷ୍ଟିସ’ ସ୍ଲୋଗାନ୍‌ ଅନ୍ୟ ସଦସ୍ୟଙ୍କ ସ୍ୱରକୁ ଦବାଇ ଦେଇଥିଲା। ଗୃହର ଏପରି ଅଚଳାବସ୍ଥାକୁ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ବିରୋଧୀ କଂଗ୍ରେସକୁ ସମାଲୋଚନା କରିଥିଲେ। ଅନାସ୍ଥା ପ୍ରସ୍ତାବ ନୋଟିସକୁ ସମର୍ଥନ ଜଣାଇବା ପାଇଁ କଂଗ୍ରେସ ସଦସ୍ୟମାନେ ଆଣିଥିବା ସଂଖ୍ୟାର ପ୍ଲାକାର୍ଡ ଗୃହର ସ୍ୱାଭାବିକ କାର୍ଯ୍ୟଧାରାର ବିରୁଦ୍ଧାଚରଣ କରୁଛି। ବାଚସ୍ପତି ସୁମିତ୍ରା ମହାଜନ କହିଥିଲେ ଯେ ଅନାସ୍ଥା ପ୍ରସ୍ତାବ ନୋଟିସ ପାଇଁ ଅନେକ ସଦସ୍ୟଙ୍କ ଠାରୁ ଚିଠି ମିଳିଛି। ଏହାକୁ କାର୍ଯ୍ୟକାରୀ କରିବା ତାଙ୍କର କର୍ତ୍ତବ୍ୟ; ମାତ୍ର ଗୃହ ସ୍ୱାଭାବିକ ସ୍ତରକୁ ନ ଆସିବା ପର୍ଯ୍ୟନ୍ତ ଏହାକୁ ଆଗତ କରାଯାଇପାରିବ ନାହିଁ।

Leave A Reply