www.samajalive.in
Saturday, December 13, 2025
27.1 C
Bhubaneswar

ପହଞ୍ଚିଲାନି ଆମ୍ବୁଲାନ୍ସ, ବାଇକରେ ଡାକ୍ତରଖାନା ଗଲେ ନିଆଁରେ ପୋଡି ହୋଇଥିବା ଗୁରୁତର ନାବାଳିକା

ପାତ୍ରପୁର : ଚୁଲି ନିଆଁରେ ଜଣେ ଆଦିବାସୀ ଝିଅ ପୋଡି ଯାଇ ଗୁରୁତର ହୋଇଥିବାବେଳେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ପାରିନଥିବାରୁ ବାଇକ୍ ଯୋଗେ ଡାକ୍ତରଖାନାକୁ ନେବାକୁ ପଡିଛି। ଏଭଳି ଘଟଣା ପାତ୍ରପୁର ବ୍ଳକ ଆଙ୍କୁଲି ପଞ୍ଚାୟତ ଦୁର୍ଗମ ଫୁଲସାହି ଗ୍ରାମରେ ଦେଖିବାକୁ ମିଳିଛି। ଝିଅଟି ହେଉଛି ଗ୍ରାମର ଶିବରାମ ନାୟକଙ୍କ  ଝିଅ ଅମି ନାୟକ । ମାଆ ରୋଷେଇ କରୁଥିବାବେଳେ ଅମି ତାଙ୍କରି ପାଖରେ ବସିଥିଲା । ତେବେ ବାସନ ମାଜିବା ପାଇଁ ମାଆ ବାଡି ପଟକୁ ଯାଇଥିବା ବେଳେ ଝିଅର କ୍ରନ୍ଦନ ଶୁଭିଥିଲା। ମହିଳା ଜଣକ ଆସି ଦେଖିବାବେଳକୁ ଝିଅର ଡ୍ରେସ୍ ସହିତ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା ।

ଏହା ପରେ  ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିବାବେଳେ ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ ଆମ୍ବୁଲାନ୍ସ ପହଞ୍ଚି ନଥିଲା । ଶେଷରେ ଏକ ଅଟୋକୁ ଜଣାଯାଇଥିଲା । କିନ୍ତୁ କିଛି ବାଟ ପରେ ରାସ୍ତାରେ ଅଟୋଟି ଖରାପ ହୋଇଯାଇଥିଲା । ଶେଷରେ ଶିବରାମ ନିଜ ବାଇକ ଯୋଗେ ଅନ୍ୟ ଜଣଙ୍କ ସାହାଯ୍ୟରେ ଝିଅକୁ ପାତ୍ରପୁର ଡାକ୍ତରଖାନା ନେଇଥିବା ସୂଚନା ମିଳିଛି । ଗ୍ରାମଟି ଦୁର୍ଗମ ଅଞ୍ଚଳରେ ରହିଥିବାରୁ ପାହାଡ଼ ତଳ ତାଡକା ସାହି ଠାରୁ ପ୍ରାୟ ସତର କିଲୋମିଟର ଅଳିଅର ଗ୍ରାମକୁ ଯିବା ପରେ ଚାରି କିଲୋମିଟର ମାଟି ରାସ୍ତାରେ ଯିବାକୁ ପଡିଥାଏ । ଯାହା ଫଳରେ ଗ୍ରାମକୁ ଆମ୍ବୁଲାନ୍ସ ସହଜରେ ଯାଇପାରିନଥାଏ । ଏଣୁ ଗ୍ରାମକୁ ପକ୍କା ରାସ୍ତାଟିଏ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories