www.samajalive.in
Sunday, December 14, 2025
23.1 C
Bhubaneswar

ଗୋବରରେ ହୋଲି ଖେଳିଲେ ପ୍ରଫେସର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ରଙ୍ଗ, ଫୁଲ ଏବଂ ପାଣିରେ ହୋଲି ତ ସମସ୍ତେ ଦେଖିଥିବେ । କିନ୍ତୁ ଗୋବରରେ ହୋଲି ବୋଧ ହୁଏ ଆପଣ ଦେଖିନଥିବେ । ୟୁପିର ବାରଣାସୀ ସ୍ଥିତ ବିଏଚୟୁର ପୂର୍ବତନ ଡିନ୍ ଏବଂ ପ୍ରଫେସର କୌଶଲ କିଶୋର ମିଶ୍ରଙ୍କର ଏମିତି ଏକ ଭିଡିଓ ଭାଇରାଲ ହେଉଛି ।

- Advertisement -

ଏଥିରେ ସେ ଗୋବରରେ ହୋଲି ଖେଳୁଥିବା ନଜର ଆସୁଛନ୍ତି । ପ୍ରଫେସର କୌଶଲ ଗୋବରରେ ଗଡୁଛନ୍ତି ଏବଂ ଶରୀରରେ ଗୋବର ବୋଳି ହେଉଛନ୍ତି । ଏହି ସମୟରେ ସେ କହୁଛନ୍ତି କି ଗୋବରରେ ହୋଲି ଖେଳି ବହୁତ ଭଲ ଲାଗୁଛି । ଭାରତରେ ଗାଁ ମାନଙ୍କରେ ପୂର୍ବରୁ ଏମିତି ହୋଲି ଖେଳାଯାଉଥିଲା ବୋଲି ସେ କହିଛନ୍ତି । ଏମିତି ହୋଲି ଖେଳିବା ଦ୍ବାରା ଶରୀର ଶୁଦ୍ଧ ହୋଇଥାଏ ବୋଲି ସେ କହିଛନ୍ତି  । ତେବେ ସାମାଜିକ ଗଣମାଧ୍ୟମରେ ଭିଡିଓଟି ଭାଇରାଲ ହେବା ପରେ ଲୋକମାନେ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories