www.samajalive.in
Sunday, December 14, 2025
26.1 C
Bhubaneswar

ମୁକ୍ତିଲାଭ କଲା ‘ବଡେ ମିଆଁ ଛୋଟେ ମିଆଁ’ର ଟ୍ରେଲର

ମୁମ୍ବାଇ : ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ବଡେ ମିଆଁ ଛୋଟେ ମିଆଁ’ର ଟ୍ରେଲର ମୁକ୍ତିଲାଭ କରିଛି । ଉଭୟ ଅଭିନେତା ପ୍ରଥମ ଥର ଏକାଠି ବଡ ପରଦାରେ ନଜର ଆସିବେ ।  ପୂର୍ବରୁ ଫିଲ୍ମର ପୋଷ୍ଟର ଏବଂ ଟିଜର ସାମ୍ନାକୁ ଆସିଥିଲା । ଏବେ ହୋଲି ଅବସରରେ ଫିଲ୍ମର ଟ୍ରେଲର ରିଲିଜ କରାଯାଇଛି । ଫିଲ୍ମରେ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ସହିତ ପୃଥ୍ବୀରାଜ ସୁକୁମାରନ ମଧ୍ୟ ଅଛନ୍ତି ।

- Advertisement -

ଫିଲ୍ମରେ ସେ ଖଳନାୟକ ରୂପେ ନଜର ଆସିବେ । ଫିଲ୍ମରେ ମାନୁଷି ଛିଲ୍ଲର ମଧ୍ୟ ନଜର ଆସିବେ । ଟ୍ରେଲରଟି ରିଲିଜ୍ ହେବା ପରେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଟ୍ରେଲର ଦେଖିବା ପରେ ସମସ୍ତେ ଫିଲ୍ମକୁ ଅପେକ୍ଷା କରିବାରେ ଲାଗିପଡିଛନ୍ତି ।

‘ବଡେ ମିଆଁ ଛୋଟେ ମିଆଁ’ରେ ଅକ୍ଷୟ କୁମାର, ଟାଇଗର ଶ୍ରଫ୍, ପୃଥ୍ବୀରାଜ ସୁକୁମାରନ, ମାନୁଷି ଛିଲ୍ଲରଙ୍କ ବ୍ୟତୀତ ସୋନାକ୍ଷୀ ସିହ୍ନା ଏବଂ ଅଲାୟା ଏଫ୍ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅବ୍ବାସ ଜଫର । ଫିଲ୍ମର ପ୍ରଯୋଜକ ହେଉଛନ୍ତି ଜ୍ୟାକି ଭଗନାନୀ । ଫିଲ୍ମଟି ଚଳିତ ବର୍ଷ ଇଦରେ ମୁକ୍ତିଲାଭ କରିବ ।

 

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories