nua o banner

ସ୍ୱାଧୀନତା ବେଳେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଥିଲେ: ଘରେ ବିଛାଉଥିଲେ ହୀରା,ମୋତି ଓ ମାଣିକ

BJD Bijuli 480×75 Mob

ଡେସ୍କ: ଦେଶ ସ୍ୱାଧୀନ ସମୟରେ ତଥା ୧୯୪୭ ମସିହାରେ ସବୁଠାରୁ ଧନୀ ବ୍ୟକ୍ତି ଥିଲେ ହାଇଦ୍ରାବାଦର ନିଜାମ ନବାବ ମୀର ଓସମାନ ଅଲି ଖାନ । ସେ କେବଳ ଭାରତରେ ନୁହେଁ ବିଶ୍ୱର ସବୁଠଶରୁ ଧନୀ ବ୍ୟକ୍ତି ଭାବରେ ବିବେଚିତ ହୋଇଥିଲେ। ୭୭ବର୍ଷ ପୂର୍ବେ ନିଜାମଙ୍କର ମୋଟ ସମ୍ପତି ପ୍ରାୟ ୧୭.୫ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ଐତିହାସିକ ଲେଖକ ଡୋମିନିକ୍‌‌ ଲାପିଅର ଏବଂ ଲ୍ୟାରି କଲିନ୍ସଙ୍କ ଦ୍ୱାରା ରଚିତ ପୁସ୍ତକ ‘ଫ୍ରିଡମ୍‌‌ ଆଟ୍ ମିଡନାଇଟ୍‌‌’ରୁ ଜଣାପଡିଛି। ଏଥିରେ ଲେଖାଯାଇଛି ଯେ ଦେଶ ସ୍ୱାଧନ ବେଳେ ହାଇଦ୍ରାବାଦର ନିଜାମଙ୍କ ପାଖରେ ୨ ମିଲିୟନ ପାଉଣ୍ଡରୁ ଅଧିକ ନଗଦ ଟଙ୍କା ରହିଥିଲା। ଏହାସହିତ ନିଜାମଙ୍କ ପ୍ରାସାଦରେ ନୋଟ୍‌‌ ଗୁଡିକୁ ଖବରକାଗଜରେ ଗୁଡାଇ ଏକ ସ୍କାର୍ଫରେ ରଖାଯାଇଥିଲା।

‘ଯେକବ’ ହୀରାକୁ କାଗଜ ଓଜନ ଭାବରେ ବ୍ୟବହାର କରିଥିଲେ
ପ୍ରସିଦ୍ଧ ଟାଇମ୍ ମାଗାଜିନ୍, ଫେବୃଆରୀ ୧୯୩୭ ସଂଖ୍ୟାରେ ନିଜାମଙ୍କୁ ପ୍ରଥମ ପୃଷ୍ଠାରେ ସ୍ଥାନ ଦେଇଥିଲା ଏବଂ ତାଙ୍କୁ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ଘୋଷଣା କରିଥିଲା । ନିଜାମଙ୍କ ପ୍ରାସାଦରେ ଲକ୍ଷ ଲକ୍ଷ ଟଙ୍କା ଧୂଳି ଭଳି ସଂଗ୍ରହ କରୁଥିଲା। ପ୍ରତିବର୍ଷ ମୂଷାମାନେ ଅନେକ ହଜାରେ ପାଉଣ୍ଡ ନୋଟ୍ ଛିଡ଼ାଉଥିଲେ ଏବଂ ସେମାନଙ୍କ ପାଇଁ କୌଣସି ହିସାବ ନଥିଲା । କଲିନ୍ସ ଏବଂ ଲାପିଅର୍ ଲେଖିଛନ୍ତି ଯେ ପ୍ରସିଦ୍ଧ’ ଯେକବ ହୀରା ନିଜାମଙ୍କ ପ୍ରାସାଦରେ ଥିବା ତାଙ୍କ ଡେସ୍କର ଡ୍ରରେ ରଖାଯାଇଥିଲା । ଏହି ମୂଲ୍ୟବାନ ହୀରା ଏକ ଲେମ୍ବୁ ଆକାର ଏବଂ ୨୮୦ କ୍ୟାରେଟ୍ ଥିଲା, କିନ୍ତୁ ନିଜାମ ଏହି ହୀରାକୁ କାଗଜ ଓଜନ ଭାବରେ ବ୍ୟବହାର କରିଥିଲେ ।

ରାଜପ୍ରାସାଦରେ ହୀରା ଓ ମୋତି ବିଛା ଯାଇଥିଲା
କଲିନ୍ସ ଏବଂ ଲାପିଅର୍ ନିଜ ପୁସ୍ତକରେ ଲେଖିଛନ୍ତି ଯେ ନିଜାମଙ୍କ ଉଦ୍ୟାନର ବିଭିନ୍ନ ସ୍ଥାନରେ ସୁନା ଇଟା ଭର୍ତ୍ତି ଟ୍ରକ୍ ଗୁଡିକ ବୁଦା ମଧ୍ୟରେ ପାର୍କିଂ କରାଯାଇଥିଲା। ପରିସ୍ଥିତି ଏପରି ଥିଲା ଯେ ହୀରା ଏବଂ ଅଳଙ୍କାର ରଖିବା ପାଇଁ ରାଜପ୍ରାସାଦରେ କୌଣସି ଜାଗା ନଥିଲା। ଏଥିପାଇଁ ନୀଳମଣି, ହୀରା, ମୋତି ଚଟାଣରେ କୋଇଲା ପରି ବିଛାଡି ହୋଇ ରହିଥିଲା। ସେତେବେଳେ ହାଇଦ୍ରାବାଦରରେ ନିଜାମଙ୍କର ଏତେଗୁଡ଼ିଏ ମୋତି ଥିଲା ଯେ ଲଣ୍ଡନର ପିକକାଡିଲି ସର୍କସର ସମସ୍ତ ଫୁଟପାଥ ଏହି ସବୁ ହୀରାରେ ସଜେଇ ହୋଇଯାଇଥାନ୍ତା।

ନିଜାମ ହାଇଦ୍ରାବାଦ ମିର ଓସମାନ ଅଲି ଯେତିକି ଧନୀ ଥିଲେ ସେତିକି କୃପଣ ମଧ୍ୟ ଥିଲେ। ତାଙ୍କ କୃପଣତା ସମସ୍ତଙ୍କୁ ଜ୍ଞାତ ଥିଲା । “ଫ୍ରିଡମ୍ ଆଟ୍ ମିଡନାଇଟ୍” ରୁ ଜଣାପଡିଛି ଯେ ନିଜାମଙ୍କ ପ୍ରାସାଦରେ ଏକ ସମୟରେ ୨୦୦ ଲୋକଙ୍କୁ ଖାଇବାକୁ ଦେବା ପାଇଁ ପର୍ୟ୍ୟାପ୍ତ ପରିମାଣର ସୁନା ବାସନ ଥିଲା। କିନ୍ତୁ ତାଙ୍କର ଜିଦ୍ ଏପରି ଥିଲା ଯେ ସେ ନିଜେ ଷ୍ଟଇଲ୍‌‌ବାସନରେ ଖାଦ୍ୟ ଖାଉଥିଲେ। ପ୍ରତ୍ୟେକ ଦିନ ସମାନ ମଇଳା ସୂତା ପାଇଜାମା ପିନ୍ଧୁଥିଲେ ଏବଂ ପାଦରେ ବହୁତ ଖରାପ ଦେଖାଯାଉଥିବା ଜୋତା ପିନ୍ଧୁଥିଲେ।ନିଜାମ ଅଧା ଜଳିଥିବା ସିଗାରେଟକୁ ମଧ୍ୟ ଛାଡୁନଥିଲେ। ଯେଉଁମାନେ ତାଙ୍କୁ ଭେଟିବାକୁ ଆସୁଥିଲେ, ପାଉଁଶରେ ସିଗାରେଟ ଟାଣିବା ପରେ ଅଧାରୁ ଯଦି କିଏ ଫିଙ୍ଗି ଦେଇଥିଲେ ତେବେ ନିଜାମ ପରେ ଏହାକୁ ଜଳାଇ ପିଇବାକୁ ଆରମ୍ଭ କରୁଥିଲେ।

ଐତିହାସିକଙ୍କ ମତରେ ସେହି ସମୟରେ ପରମ୍ପରା ରହିଥିଲା ଯେ ଧନୀ ଲୋକ ଏବଂ ଜମିଦାରମାନେ ସେମାନଙ୍କ ରାଜାଙ୍କୁ ଜଣେ ଜଣେ କରି ସୁନା ମୁଦ୍ରା ଭେଟି ଦେଉଥିଲେ। ପରେ ରାଜା ମହାରାଜା ମାନେ ଏହାକୁ ଛୁଇଁବା ପରେ ଫେରାଇ ଦେଉଥିଲେ। କିନ୍ତୁ ହାଇଦ୍ରାବାଦର ନିଜାମ ଏହାର ବିପରୀତ ଥିଲେ। ଯଦି ତାଙ୍କୁ କେହି ସୁନା ମୁଦ୍ରା ଅର୍ପଣ କରୁଥିଲେ ତେବେ ସେ ଏହାକୁ ଛଡାଇ ନେଇ ନିଜ ପାଖରେ ରଖୁଥିଲେ। ନିଜାମଙ୍କ ଶୋଇବା ରୁମ ଏକ ବସ୍ତିଘର ଭଳି ଦେଖାଯାଉଥିଲା। ରୁମରେ ଏକ ଭଙ୍ଗାଖଟ ପଡିଥିବା ବେଳେ ତିନୋଟି ଚେୟାର ଏବଂ କିଛି ଆସବାପତ୍ର ବ୍ୟତୀତ ଆଉ କିଛି ନଥିଲା। ସବୁଆଡେ ଗୁଡିଆଣୀ ଜାଲ ଭଳି ଅଳିଆ ଏବଂ ଦୁର୍ଗନ୍ଧମୟ ପରିବେଶରେ ସେ ରହୁଥିଲେ। ନିଜାମଙ୍କ ଜନ୍ମଦିନରେ କେବଳ ବର୍ଷକୁ ଥରେ ତାଙ୍କ ରୁମ ସଫା କରାଯାଉଥିଲା।

ବ୍ରିଟିଶଙ୍କୁ ୨୫ନିୟୁତ ପାଉଣ୍ଡ ଦେଇଥିଲେ
ସ୍ୱାଧୀନତା ସମୟରେ ନିଜାମ ହାଇଦ୍ରାବାଦ ମିର ଓସମାନ ଅଲି ଖାନ ଭାରତର ଏକମାତ୍ର ଶାସକ ଥିଲେ ଯିଏକି ବ୍ରିଟିଶ ସରକାରଙ୍କ ଦ୍ୱାରା ସବୁଠାରୁ ‘ଉଚ୍ଚ ଶାସକ’ର ଆଖ୍ୟ ପାଇଥିଲେ। ବ୍ରିଟିଶ ମାନେ ତାଙ୍କୁ ଏଭଳି ଆଖ୍ୟା ଦେଇଥିଲେ କାରଣ ପ୍ରଥମ ବିଶ୍ୱଯୁଦ୍ଧରେ ବ୍ରିଟିଶ ସରକାରଙ୍କ ଯୁଦ୍ଧ ପାଣ୍ଠିକୁ ସେ ୨୫ ମିଲିୟନ ପାଉଣ୍ଡ ଦାନ କରିଥିଲେ। ସେହିଦିନ ଠାରୁ ନିଜାମ ମିର ଓସମାନ ଅଲିଙ୍କୁ ବ୍ରିଟିଶ ସରକାର ସବୁଠାରୁ ବିଶ୍ୱସ୍ତ ବନ୍ଧୁ ଭାବରେ ବିବେଚନା କରିଥିଲେ।

ନିଶା ଦ୍ରବ୍ୟ ଖାଉଥିଲେ, ସବୁବେଳେ ଭୟରେ ଥିଲେ
ନିଜାମ ପ୍ରାୟତଃ ଭୟରେ ରହୁଥିଲେ। ଯେ କେହି ତାଙ୍କୁ ବିଷ ଦେଇ ହତ୍ୟା କରି ତାଙ୍କ ସମ୍ପତ୍ତି ନେଇଯିବ। ସେ ସବୁବେଳେ ବାଦାମ ଖାଉଥିଲେ। କଲିନ୍ସ ଏବଂ ଲାପିଅର୍‌‌ କହିଛନ୍ତି ଯେ ନିଜାମ ଯେଉଁଆଡେ ଯାଉଥିଲେ, ସେ ତାଙ୍କ ସହିତ ଖାଦ୍ୟ ପ୍ରଥମେ ଟେଷ୍ଟ କରିବାକୁ ଜଣଙ୍କୁ ନେଇ ଯାଉଥିଲେ। ପ୍ରଥମେ ସେହି ବ୍ୟକ୍ତି ଖାଦ୍ୟର ସ୍ୱାଦ ଚାଖିବା ପରେ, ନିଜାମ ତାଙ୍କୁ ଖାଉଥିଲେ। ନିଜାମ ଡାଏଟରେ କ୍ରିମ୍‌‌, ମିଠା, ଫଳ, ବିଟ୍‌‌ ବାଦାମ ଏବଂ ଅଫିମ ଦ୍ରବ୍ୟକୁ ସାମିଲ କରୁଥିଲେ।

Comments are closed.