www.samajalive.in
Sunday, December 14, 2025
23.1 C
Bhubaneswar

ପୋଢ଼ବଳି ସହ ଶେଷ ହେଲା ନିୟମରଜା ପରବ

ଲାଞ୍ଜିଗଡ଼: କଳାହାଣ୍ଡି-ରାୟଗଡ଼ା ଜିଲ୍ଲା ସୀମାନ୍ତ ନିୟମଗିରି ପର୍ବତ ଶିଖରରେ ଅନୁଷ୍ଠିତ ଡଙ୍ଗରିଆ କନ୍ଧଙ୍କ ନିୟମରଜା ପରବ ପୋଢ଼ବଳି ସହ ଉଦଯାପିତ ହୋଇଯାଇଛି। ପ୍ରାକୃତିକ ସମ୍ପଦରେ ଭରପୁର ନିୟମଗିରି ପର୍ବତକୁ ନିଜର ଆରାଧ୍ୟ ଭାବେ ଆଦିବାସୀ ସମୁହ ପୂଜା କରି ଆସୁଥିବାବେଳେ ପରବର୍ତ୍ତୀ ସମୟରେ ନିୟମଗିରି ଓ ନିୟମରଜାର ସୁରକ୍ଷା ପାଇଁ ଏହି ପରବ ଏକ ଆନ୍ଦୋଳନରେ ପରିଣତ ହୋଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତିନିଦିନ ଧରି ଏହି ପରବ ପାଳିତ ହୋଇଥିବାବେଳେ ଏହାକୁ ନେଇ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ, ରାୟଗଡ଼ା ଜିଲ୍ଲାର ବିଷମକଟକ, କଲ୍ୟାଣସିଂହପୁର, ମୁନିଗୁଡ଼ା ଆଦି ଅଞ୍ଚଳରେ ବିଶେଷ କରି ନିୟମଗିରି ଉପରେ ବସବାସ କରୁଥିବା କୁଟିଆ, ଝରଣିଆ ଓ ଡଙ୍ଗରିଆ କନ୍ଧ ଜନଜାତିଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ନିୟମଗିରି ସୁରକ୍ଷା ସମିତିର ଆବାହକତ୍ୱରେ ଆୟୋଜିତ ଏହି ପରବରେ ସମିତିର ସଭାପତି ଲଦ ସିକକା, ଦଧି ପୁଷିକା, ଡ୍ରେଞ୍ଜୋ ସିକକା, କୃଷ୍ଣ ସିକକାଙ୍କ ସମେତ ଜନଜାତି ସମୂହ ଗାଁର ଶହଶହ ପୁରୁଷ ନାରୀ ଏହି ପରବ ପାଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପରବର ଉଦଘାଟନୀ ଦିବସରେ ଜାନୀ, ଦିଶାରୀ, ବେଜୁ, ବେଜୁଣୀଙ୍କ ଦ୍ୱାରା ଆଦିବାସୀଙ୍କ ଦେବଦେବୀ, ପୂର୍ବ ପୁରୁଷଙ୍କ ମଶାନ, ଡୁମାଙ୍କୁ ଆବାହନ କରାଯାଇଥିଲା। କୋଡ଼ିଏରୁ ଅଧିକ ଜନଜାତି ରମଣୀଙ୍କ ଦେହରେ କାଳେସୀ ଲାଗିବା ପରେ ପରେ ଢାପ ବାଦ୍ୟର ତାଳେତାଳେ ସେମାନେ ନୃତ୍ୟ କରିଥିଲେ।

ଦ୍ବିତୀୟ ଦିନରେ ଆଦିବାସୀ ସଂସ୍କୃତି ଓ ଜୀବନଚର୍ଯ୍ୟାର ସୁରକ୍ଷାକୁ ନେଇ ବୈଠକ ଓ ଆଲୋଚନା କରାଯାଇଥିଲା। ସେହିପରି ବିଳମ୍ବିତ ରାତିଯାଏଁ ଉଭୟ ପୁରୁଷ ଓ ମହିଳା ନିୟମରଜାଙ୍କୁ ସନ୍ତୁଷ୍ଟ କରିବାକୁ ପୂଜା ଆସ୍ଥାନ ଚାରିପଟେ ବୁଲିବୁଲି ନୃତ୍ୟ କରିଥିଲେ। ଭଲ ଫସଲ ଅମଳ ହେବା, ସୁଖ, ଶାନ୍ତି ଓ ସମୃଦ୍ଧିର କାମନା କରି ଆଦିବାସୀ ଧାଙ୍ଗଡ଼ା ଧାଙ୍ଗଡ଼ିମାନେ ଉଲ୍ଲସିତ ହୋଇ ନୃତ୍ୟ କରିଥିଲେ। ଦ୍ବିତୀୟ ଦିନର କ୍ଳାନ୍ତି ଅପସରି ଯିବାପରେ ଆଜି ସକାଳ ୭ଟା ସମୟରେ ଜାନୀ, ଦିଶାରୀ ଓ ଆୟୋଜକଙ୍କ ଉପସ୍ଥିତିରେ ନିୟମରଜାଙ୍କ ଉଦ୍ଦେଶ୍ୟରେ ପୋଢ଼ବଳି ଦିଆଯାଇଥିଲା। ନିୟମରଜାଙ୍କ ଉଦ୍ଦେଶ୍ୟରେ ସମର୍ପିତ ପୋଢ଼କୁ ସାମୂହିକ ଭାବେ ଆଘାତ କରି ଉତ୍ସର୍ଗ କରାଯାଇଥିଲା। ବଳି ପରେ ଦୂର ଦୁରାନ୍ତରରୁ ଆସିଥିବା ଆଦିବାସୀ ଯୁବକ ଯୁବତୀ ଓ ଗାଁ ଲୋକେ ପ୍ରସାଦ ଧରି ନିଜ ନିଜ ଗାଁକୁ ଫେରିଯାଇଥିଲେ। ଏହି ପରବକୁ ନେଇ ଉଭୟ କଳାହାଣ୍ଡି ଓ ରାୟଗଡ଼ା ସୀମାନ୍ତ ଅଞ୍ଚଳରେ ବସବାସ କରୁଥିବା ଆଦିମ ଆଦିବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା। ସେହିପରି ଏହି ପରବରେ ସାମିଲ ହେବାକୁ କଳାହାଣ୍ଡି, ରାୟଗଡ଼ା ସମେତ ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଆଦି ଜିଲ୍ଲା ଏବଂ ରାଜ୍ୟ ବାହାରୁ ମଧ୍ୟ ବହୁସଂଖ୍ୟକ ବୁଦ୍ଧିଜୀବୀ, ପରିବେଶବିତ, ଛାତ୍ରଛାତ୍ରୀ, ଗବେଷକ, ୩୦ରୁ ଊର୍ଦ୍ଧ୍ବ ଜନ ସଂଗଠନର କର୍ମକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସମାଗମ ହୋଇଥିଲା।

- Advertisement -

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତର ଇଜୁରୂପା ଗାଁରୁ ପାହାଡ଼ ଚଢିବା ସହିତ ପ୍ରାୟ ୪୯୦୦ ଫୁଟ ଉଚ୍ଚ ନିୟମଗିରି ଶିଖରରେ ଥିବା ନିୟମରଜାଙ୍କ ପୂଜା ଆସ୍ଥାନ ଅମଲାଭଟାରେ ଲୋକେ ରୁଣ୍ଡ ହୋଇଥିଲେ। ପରବ ଆୟୋଜକଙ୍କ ବ୍ୟତୀତ ଶହଶହ ସଂଖ୍ୟାରେ ଲୋକେ ପାହାଡ଼ ଚଢ଼ା କଷ୍ଟ ସତ୍ତ୍ୱେ ଏଥିରେ ସାମିଲ ହୋଇ ଲୁପ୍ତପ୍ରାୟ ଜନଜାତିଙ୍କ ଏହି ସଂସ୍କୃତି ଓ ପରମ୍ପରାକୁ ଅବଲୋକନ କରି ଅଭିଭୂତ ହୋଇଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories