www.samajalive.in
Sunday, December 14, 2025
23.1 C
Bhubaneswar

ନେମାଳରେ ନିତ୍ୟରାହସ ଉତ୍ସବ ଉଦ୍‍ଘାଟିତ

ନେମାଳ : ନେମାଳ ଥାନା ଅନ୍ତର୍ଗତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୁଣ୍ୟ ପୀଠ, ଓଡିଶା ବାସୀଙ୍କ ପାଇଁ ଭିନ୍ନ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଚଳିତ ବର୍ଷ କୁମାରପୂର୍ଣ୍ଣିମା ପାଇଁ ନିତ୍ୟରାହସ ଉତ୍ସବ ଉଦ୍‍ଘାଟିତ ହୋଇଯାଇଛି। ପଞ୍ଚସଖା ଯୁଗର ଶ୍ରେଷ୍ଠ ସାଧକ, ମାଳିକାର ସ୍ରଷ୍ଟା, ଏକ ଲକ୍ଷ ଚୈାରାଶି ଗ୍ରନ୍ଥର ପ୍ରଣେତା, ମହାନ ସନ୍ଥ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ସାଧନାର ପୀଠରେ ପ୍ରତ୍ୟୁଷରୁ ଅବକାଶ ନିତୀ , ମଙ୍ଗଳ ଆଳତି, ନିଆନି ଧୂପ ଆଦି ପାରମ୍ପାରିକ ରିତିନିତି ଅନୁସାରେ କରାଯାଇଥିଲା। ଲୋକମତ ଅନୁସାରେ ମନର ତାନ୍ତ୍ରୀକ ଭୂମି ଉପରେ ଅଚ୍ୟୁତାନନ୍ଦ ଏହି ନିତ୍ୟରାହାସ ପୋଥିଟି ଲେଖିଥିଲେ ଯେଉଁ ସ୍ଥାନରେ ନିତ୍ୟରାହାସ ପାଠ କରାଯିବ ସେଠାରେ ପ୍ରତ୍ୟକ ବସ୍ତୁ ପରିପୂର୍ଣ୍ଣତା ଲାଭ କରିବା ସହିତ ପ୍ରାକୃତିକ ବିତ୍ପାତ ଲୋପ ପାଇଯାଏ ବୋଲି ବଶ୍ୱାସ ରହିଛି। ଏହି ଉତ୍ସବରେ ରାସ ଅଧିବାସ, କଳସ ସ୍ଥାପନ, ଯନ୍ତ୍ରପୂଜା, ରାହାସ ପଠନ ଆଦି କରାଯାଇଥିଲା। ସଂନ୍ଧ୍ୟା ଆଳତି ସମୟରେ ବହୁ ଶ୍ରଧାଳୁ ଭକ୍ତ ଯୋଗଦେଇଥିଲେ। ପରେ ଅଚ୍ୟୁତାନନ୍ଦଙ୍କ ରଚିତ ଅଷ୍ଟଜ୍ଞୁଜରି ଓ ନବଗୁଜରି ପାଠ କରାଜାଇଥିଲା। ଶ୍ରଧାଳୁ ଭକ୍ତ ମାନେ ରାଧାକୃଷ୍ଣଙ୍କ ସୁସଜିତ ବିମାନକୁ ରାସ ମଣ୍ଡପକୁ ଅଣିଥିଲେ। ପରେ ବିଭିନ୍ନ ପ୍ରନ୍ତରରୁ ଆସିଥିବା ରାସଦଳ ମାନେ ଯନ୍ତ୍ରପୂଜା ଓ ରାହାସ ପଠନ ଆଦି କରଥିଲେ। ଉକ୍ତ ଉତ୍ସବ କୁମାରପୂର୍ଣ୍ଣିମା ତଥା ୨୪ ତାରିଖରେ ରାହାସ ପୂର୍ଣ୍ଣାହୂତି, ଗୋପୀବନ୍ଦାପନା ଉତ୍ସବ ଓ ସମୂହ ରାହାସ ଦଳମାନଙ୍କୁ ଫୁଲ ଚନ୍ଦନ ଅର୍ପଣ କରାଯାଇ ଉଦ୍‍ଯାପିତ କରାଯିବ ବୋଲି ଶ୍ରୀଶ୍ରୀ ଗୋପିନାଥ ଜୀୟୁ ଓ ମହାପୁରୁଷ ଅଚ୍ୟୁତାନନ୍ଦ ଆଶ୍ରମ ଟ୍ରଷ୍ଟ ପକ୍ଷରୁ ସୁଚନା ଦିଆଯାଇଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories