www.samajalive.in
Saturday, December 6, 2025
14.1 C
Bhubaneswar

ନୀତିଶଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଆଜି, ବିଜେପିରୁ କାହାକୁ ମିଳିବନି ମନ୍ତ୍ରୀ ପଦ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରବିବାର ନିଜ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବେ। ଏଥିରେ ଜେଡିୟୁ କୋଟାରୁ ୬ରୁ ୭ଜଣଙ୍କୁ ସରକାରରେ ସାମିଲ କରାଯିବ। କିନ୍ତୁ ଏହି ସମ୍ପ୍ରସାରଣରେ ଜେଡିୟୁ ସହିତ ମେଣ୍ଟ କରିଥିବା ବିଜେପିର କୌଣସି ସଦସ୍ୟଙ୍କୁ ସୁଯୋଗ ମିଳିବ ନାହିଁ। ଏହା ଉପରେ ଜେଡିୟୁ ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ ବିଜେପି କୋଟାରୁ ମନ୍ତ୍ରି ହୋଇସାରିଛନ୍ତି। ବର୍ତ୍ତମାନ ଯେଉଁ ପଦବୀ ଖାଲି ପଡ଼ିଛି ସେସବୁ ଜେଡିୟୁ କୋଟାରେ ରହିଛି। ତେବେ ମୋଦୀ ସରକାରରେ ଜେଡିୟୁର କୌଣସି ସାଂସଦଙ୍କୁ ମନ୍ତ୍ରୀ ପଦ ନ ମିଳିବା ପରେ ରାଜ୍ୟରେ ନୀତିଶ ସରକାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବା ଏବଂ ଏଥିରେ କୌଣସି ବିଜେପି ବିଧାୟକଙ୍କୁ ସାମିଲ ନ କରିବା ବିହାର ରାଜନୀତିକୁ ସରଗରମ କରିଛି।

ଶନିବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳଙ୍କୁ ଭେଟି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବା ନେଇ ଆଲୋଚନା କରିଥିଲେ। ରବିବାର ରାଜଭବନରେ ନୂଆ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ। ଅଶୋକ ଚୌଧୁରୀ, ନୀରଜ କୁମାର, ଲକ୍ଷ୍ମେଶ୍ଵର ରାୟ, ଶ୍ୟାମ ରଜକ, ବୀମା ଭାରତୀ, ସଞ୍ଜୟ ଝା, ନରେନ୍ଦ୍ର ନାରାୟଣ ଯାଦବଙ୍କୁ ମନ୍ତ୍ରୀ ପଦ ମିଳିବା ସ୍ଥିର ହୋଇଛି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରି ନୀତିଶ ପଛୁଆ ଏବଂ ଅତି ପଛୁଆ ବର୍ଗର ଲୋକମାନଙ୍କ ସମର୍ଥନ ହାସଲ କରିବାକୁ ଉଦ୍ୟମ କରିଛନ୍ତି। ରାଜ୍ୟରେ ୫୦ ପ୍ରତିଶତରୁ ଅଧିକ ପଛୁଆ ଏବଂ ଅତି ପଛୁଆ ବର୍ଗର ଭୋଟ ରହିଛି। ଆସନ୍ତା ବର୍ଷ ଶେଷ ଆଡକୁ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ଦଳ ସଂଗଠନ ଉପରେ ଅଧିକ ଗୁରୁତ୍ଵ ଦେଉଥିବା ଜେଡିୟୁ ପକ୍ଷରୁ କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories