ବାଳିକା ଗୃହ ଯୌନ ଶୋଷଣ ମାମଲା : ସିବିଆଇ ତଦନ୍ତ ନିର୍ଦେଶ ଦେଲେ ନୀତୀଶ

0

ପାଟନା : ବିହାରର ମୁଜାଫରପୁର ବାଳିକା ଗୃହ ଯୌନ ଶୋଷଣ ମାମଲାର ସିବିଆଇ ତଦନ୍ତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବିରୋଧୀ ଦଳ ତଥା ରାଜ୍ୟବାସୀଙ୍କ ପକ୍ଷରୁ କ୍ରମାଗତ ଦାବିକୁ ଦୃଷ୍ଟିରେ ରଖି ମାମଲାଟିକୁ ସିବିଆଇକୁ ହସ୍ତାନ୍ତର କରିବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୁରୁବାର ମୁଖ୍ୟଶାସନ ସଚିବ, ମୁଖ୍ୟ ଗୃହ ସଚିବ ଏବଂ ଡିଜିପିଙ୍କୁ ନିର୍ଦେଶ ଦେଇଛନ୍ତି। ସମାଜ କଲ୍ୟଣ ବିଭାଗ ଦ୍ୱାରା ପରିଚାଳିତ ଏହି ବାଳିକା ଗୃହରେ ବହୁ ନାବାଳିକା ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ଟାଟା ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନ୍ସର ଏକ ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଗୃହର କିଛି ନାବାଳିକା ଯୌନ ଉତ୍ପୀଡନ ସମ୍ବନ୍ଧରେ ପ୍ରକାଶ କରିଥିବା ଅନୁସନ୍ଧାନମୂଳକ ରିପୋର୍ଟରେ କୁହାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ଗୃହର ବାଳିକାମାନଙ୍କ ଶାରୀରିକ ପରୀକ୍ଷା କରାଯିବା ପରେ ସେମାନଙ୍କ ଶରୀରରେ ପୋଡା ତଥା କ୍ଷତ ଚିହ୍ନ ରହିଥିବା ଜଣାପଡିଥିଲା। ପ୍ରାୟ ୩୨ ବାଳିକା ଯୌନ ଶୋଷଣର ଶିକାର ହୋଇଥିବା ଜଣାପଡିଥିଲା।

Leave A Reply