www.samajalive.in
Sunday, December 7, 2025
23.1 C
Bhubaneswar

ଦୁଇ ବର୍ଷ ମଧ୍ୟରେ ଦେଶର ରାଜପଥରୁ ହଟିବ ସବୁ ଟୋଲ, ଜିପିଏସ୍ ଟ୍ରାକ କରି ଆଦାୟ ହେବ ଟୋଲ ଟିକସ

 

ନୂଆଦିଲ୍ଲୀ:  ଜାତୀୟ ରାଜପଥରୁ ହଟିବ ଟୋଲ ଗେଟ୍ । ଦୁଇ ବର୍ଷ ମଧ୍ୟରେ ଦେଶର ସମସ୍ତ ଟୋଲଗେଟକୁ ହଟାଇ ଦିଆଯିବ । ମାତ୍ର ଯାତାୟତ ପାଇଁ ପୂର୍ବ ପରି ଟିକସ ଦେବା ନିମନ୍ତେ ପଡ଼ିବ । ଏଥିପାଇଁ ଗ୍ଲୋବାଲ ପୋଜିସନିଂ ସିଷ୍ଟମ (ଜିପିଏସ) ବ୍ୟବସ୍ଥା କରାଯିବ । କେନ୍ଦ୍ର ସରକାର ଗୁରୁବାର ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ।

- Advertisement -

କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଭାରତକୁ ଟୋଲ ଫାଟକମୁକ୍ତ କରାଯିବ । ଜିପିଏସ ସଂଯୋଗ ପରେ ଗାଡ଼ିଗୁଡ଼ିକରୁ ଟୋଲ ଟିକସ ସଂଯୋଗ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରୁ ଆପେଆପେ କଟିଯିବ । ଆସୋଚାମ ଫାଉଣ୍ଡେସନ ସପ୍ତାହ କାର୍ଯ୍ୟକ୍ରମରେ ଯୋଗ ଦେଇ ନିତିନ ଗଡକରୀ କହିଛନ୍ତି ଏଥିଲାଗି ରୁଷ ସରକାରଙ୍କ ସହାୟତା ନିଆଯିବ । ଖୁବ୍ ଶୀଘ୍ର ଏଥିନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗଡ଼କରୀ କହିଛନ୍ତି । ଏହା ସହ ସବୁ ନୂଆ ଗାଡ଼ି ସହ ପୁରୁଣା ଗାଡ଼ି ଓ ବାଣିଜ୍ୟିକ ଯାନଗୁଡ଼ିକରେ ଜିପିଏସ୍ ଲଗାଯିବ ।ଜିପିଏସ୍ ଟେକ୍ନୋଲୋଜି ବ୍ୟବହାର କରିବା ପରେ, ଜାତୀୟ ରାଜପଥ ପ୍ରାଧିକରଣ (NHAI) ର ଟୋଲ୍ ରାଜସ୍ୱ ପାଞ୍ଚ ବର୍ଷରେ ୧.୩୪ ଟ୍ରିଲିୟନକୁ ବୃଦ୍ଧି ପାଇପାରେବୋଲି ଆକଳନ କରାଯାଇଛି ।

ମନ୍ତ୍ରୀଙ୍କ ସୂଚନା ଅନୁସାରେ  ଗତକାଲି  ସଡକ ପରିବହନ ଏବଂ ରାଜପଥ ତଥା ଚେୟାରମ୍ୟାନ୍ NHAI ଙ୍କ ଉପସ୍ଥିତିରେ ଟୋଲ୍ ସଂଗ୍ରହ ପାଇଁ ଜିପିଏସ୍ ଟେକ୍ନୋଲୋଜି ବ୍ୟବହାର କରି ଏକ ଉପସ୍ଥାପନା କରାଯାଇଥିଲା। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଆମର ଟୋଲ୍ ଆୟ୧୩୪୦୦ କୋଟି ଟଙ୍କା ହେବ ବୋଲି ଆମେ ଆଶା କରୁଛୁ। ସୂଚନାଯୋଗ୍ୟ ଯେ  ଗତ ଏକ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଦେଶର ସମସ୍ତ ଟୋଲ ପ୍ଲାଜାରେ FASTAG ବାଧ୍ୟତାମୂଳକ କରିଛନ୍ତି। ଫାଷ୍ଟ ଟ୍ୟାଗ ବ୍ୟବହାର ପରେ କିଛି ପରିମାଣରେ ଇନ୍ଧନ ସଞ୍ଚୟ ହୋଇ ପାରିଛି ଏବଂ ପ୍ରଦୂଷଣ ହ୍ରାସ ପାଇଛି ବୋଲି ସୂଚନା ମିଳିଛି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories