www.samajalive.in
Saturday, December 6, 2025
14.1 C
Bhubaneswar

ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି ନିତି ଆୟୋଗ ଉପାଧ୍ୟକ୍ଷ; ସତର୍କ ହୋଇ କାମ କରିବାକୁ ନିର୍ବାଚନ ଆୟୋଗଙ୍କ ପରାମର୍ଶ

ନୂଆଦିଲ୍ଲୀ: ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ‘ନ୍ୟାୟ’ ଯୋଜନା ଉପରେ ରାଜୀବ କୁମାର ମନ୍ତବ୍ୟ ଦେଇ ଆଚରଣ ବିଧି ଉଲ୍ଲଂଘନ କରିଥିବା ଭାରତୀୟ ନିର୍ବାଚନ ଆୟୋଗ କହିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ନେଇ ରାଜୀବ କୁମାରଙ୍କୁ ଆୟୋଗ ଏକ ନୋଟିସ ଜାରି କରି ସତର୍କତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି।

ନିର୍ବାଚନ ଆୟୋଗ ରାଜୀବ କୁମାରଙ୍କୁ ପଠାଇଥିବା ଚିଠିରେ ଦର୍ଶାଇଛନ୍ତି, ଆପଣଙ୍କ ମନ୍ତବ୍ୟ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଛି। ତେଣୁ ନିର୍ବାଚନ ଆୟୋଗ ଏହା ଉପରେ ଅସନ୍ତୋଷ ପ୍ରକାଶ କରିଛି। ଭବିଷ୍ୟତରେ ଆପଣ ସତର୍କତାର ସହ କାର୍ଯ୍ୟ କରିବେ ବୋଲି ଆୟୋଗ ଆଶା କରୁଛି।

- Advertisement -

ସୂଚନାଯୋଗ୍ୟ, ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ରାହୁଲଙ୍କ ସର୍ବନିମ୍ନ ଆୟ ଯୋଜନା(ନ୍ୟାୟ)କୁ ସମାଲୋଚନା କରିଥିଲେ। ଏହି ଯୋଜନାର ଖର୍ଚ୍ଚ ଜିଡିପିର ୨ ପ୍ରତିଶତ ଏବଂ ବଜେଟ ୧୩ ପ୍ରତିଶତ ହୋଇଥିବାବେଳେ ଏହା ଗରିବଙ୍କ ବାସ୍ତବ ଆବଶ୍ୟକତାକୁ ପୂରଣ କରିପାରିବ ନାହିଁ ବୋଲି ରାଜୀବ କହିଥିଲେ। ଏହା ପରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ତାଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଥିଲା। ସେଥିରେ ରାଜୀବ କହିଥିଲେ ଯେ, ନିତି ଆୟୋଗ ଉପାଧ୍ୟକ୍ଷ ହିସାବରେ ନୁହେଁ, ଜଣେ ଅର୍ଥନୀତିଜ୍ଞ ହିସାବରେ ସେ ଏହି ମତ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories