www.samajalive.in
Saturday, December 6, 2025
16.1 C
Bhubaneswar

ଜାଣନ୍ତୁ ଟ୍ରମ୍ପଙ୍କ ସନ୍ଧ୍ୟା ଭୋଜନରେ ନୀତା ଅମ୍ବାନୀ ପିନ୍ଧିଥିବା ଶାଢି କ’ଣ ପାଇଁ ଖାସ୍‌

ନୂଆଦିଲ୍ଲୀ : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୨୦ରେ ଶପଥ ଗ୍ରହଣ କରିଛନ୍ତି । ଶପଥଗ୍ରହଣ ଉତ୍ସବ ଆରମ୍ଭ ହେବା ପୂର୍ବରୁ ଟ୍ରମ୍ପ ଏକ ସନ୍ଧ୍ୟା ଭୋଜନର ମଧ୍ୟ ଆୟୋଜନ କରିଥିଲେ। ଏଥିରେ ଅନେକ ଦେଶର ନେତା, ଶିଳ୍ପପତି, ଉଦ୍ୟୋଗପତି ଯୋଗ ଦେବା ସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଓ ତାଙ୍କ ସ୍ତ୍ରୀ ତଥା ରିଲାଏନ୍ସ ଫାଉଣ୍ଡେସନ ଅଧ୍ୟକ୍ଷା ନୀତା ଅମ୍ବାନୀ ଯୋଗ ଦେଇଥିଲେ। ମୁଖ୍ୟ ଆକର୍ଷଣ ସାଜିଥିଲା ନୀତା ଅମ୍ବାନୀ ପିନ୍ଧିଥିବା ଶାଢି ଓ ଅଳଙ୍କାର। ଏହାର ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ପୋଷ୍ଟ କରାଯିବା ସହ ସଭିଁଙ୍କ ଆକର୍ଷଣ ଓ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ନୀତା ନିଜର ପାରମ୍ପରିକ୍‌ ଲୁକ୍‌ ପାଇଁ ସର୍ବଦା ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବା ସହ ହୃଦୟ ଜିତି ଥାନ୍ତି। ସେ ଭାରତର ପାରମ୍ପରିକ କାଞ୍ଚିପୁରମ ସିଲ୍କ ଶାଢି ପିନ୍ଧିଥିଲେ । ଏଥିରେ କାଞ୍ଚିପୁରମର ମନ୍ଦିରର ଗୁଡିକର ଆଧ୍ୟାତ୍ମିକ ଏବଂ ଐତିହାସିକର ୧୦୦ରୁ ଅଧିକ ପାରମ୍ପରିକ ଢାଞ୍ଚା ପ୍ରଦର୍ଶନ କରାଯାଇଥିଲା । ଜାତୀୟ ପୁରସ୍କାର ବିଜେତା କାରିଗର ବି.କୃଷ୍ଣମୂର୍ତ୍ତିଙ୍କ ଦ୍ୱାରା ବୁଣାଯାଇଥିବା ଏହି ଶାଢିରେ ନୀତା ଖୁବ୍‌ ସୁନ୍ଦର ଦେଖାଯାଉଥିଲେ । ଅଳଙ୍କାର କଥା କହିଲେ ନୀତା ଅମ୍ବାନୀ ପିନ୍ଧିଥିବା ଏହି ହାରରେ ୨୦୦ ବର୍ଷ ପୁରୁଣା ପେଣ୍ଡାଣ୍ଟଥିଲା । ଏହା ଉପରେ ମାଣିକ, ହୀରା ଓ ମୁକ୍ତାରେ ସଜ୍ଜିତ ହୋଇଥିଲା। ହାର ସହ କାନର ଓ ମୁଦି ମଧ୍ୟ ପିନ୍ଧିଥିଲେ। ଉଭେୟ ଟ୍ରମ୍ପଙ୍କୁ ଭେଟି କିଛି ସମୟ କଥା ହେବା ସହିତ ଫଟୋ ବି ଉଠାଇଥିଲେ।

ଖୁବ୍‌ ଶୀଘ୍ର ୬ ଗ୍ରହ ଏକାଠି ପରେ ହେବ ଦୁର୍ଲ୍ଲଭ ସଂଯୋଗ; ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ, କାହାର ଚିନ୍ତା କାହାର ବଢିବ ଧନ..

ଦେଖନ୍ତୁ ଭିଡିଓ; ଏମିତି ରୁଟି ତିଆରି କଲେ ଯୁବତୀ, ଜୁଗାଡ୍‌ ଦେଖି ଲୋକେ କହିଲେ ..

- Advertisement -

 

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories