www.samajalive.in
Saturday, December 6, 2025
23.1 C
Bhubaneswar

ବିଶ୍ଵର ୧୦୦ କ୍ଷମତାଶାଳୀ ମହିଳାଙ୍କ ମଧ୍ୟରେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ବିଶ୍ଵର ୧୦୦ କ୍ଷମତାଶାଳୀ ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଫୋର୍ବସ ଦ୍ବାରା ପ୍ରକାଶିତ ଏହି ତାଲିକାରେ ନିର୍ମଳାଙ୍କ ସମେତ ଏଚସିଏଲର ସିଇଓ ତଥା ନିର୍ବାହୀ ନିର୍ଦେଶକ ରୋଶନୀ ନାଦାର ମାଲହୋତ୍ରା ଏବଂ ବିକନ୍‌ର ପ୍ରତିଷ୍ଠାତା କିରଣ ମଜୁମଦାର ପ୍ରମୁଖ ରହିଛନ୍ତି।

ଫୋର୍ବସ ୨୦୧୯ ତାଲିକାର ଶୀର୍ଷରେ ରହିଛନ୍ତି ଜର୍ମାନ ଚାନ୍‌ସେଲର ଆଞ୍ଜେଲା ମର୍କେଲ। ତାଙ୍କ ପଛକୁ ୨ୟ ସ୍ଥାନରେ ଅଛନ୍ତି ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କର ସଭାପତି କ୍ରିଷ୍ଟିନ ଲାଗାର୍ଡେ ଏବଂ ୩ୟ ସ୍ଥାନରେ ଆମେରିକାର ହାଉସ ଅଫ ରିପ୍ରେଜେଣ୍ଟେଟିଭ ସ୍ପିକର ନାନ୍‌ସୀ ପେଲୋସୀ ରହିଛି। ଏହାବ୍ୟତୀତ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ୨୯ତମ ସ୍ଥାନରେ ରହିଛନ୍ତି।

- Advertisement -

୨୦୧୯ରେ ବିଶ୍ଵରେ ଅନେକ ମହିଳା ସେମାନଙ୍କ ନେତୃତ୍ଵର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ଦେଶର ସରକାର, ବ୍ୟବସାୟ ଏବଂ ଗଣମାଧ୍ୟମରେ ମହିଳାମାନେ ସେମାନଙ୍କ ନେତୃତ୍ଵ ନେବାର ଦକ୍ଷତାକୁ ସଫଳ ରୂପେ ପ୍ରତିପାଦନ କରିଛନ୍ତି ବୋଲି ଫୋର୍ବସ ପକ୍ଷରୁ କୁହାଯାଇଛି।

ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ସୀତାରମଣ ପ୍ରଥମ ଥର ପାଇଁ ଫୋର୍ବସ ତାଲିକାରେ ସ୍ଥାନ ପାଇଛନ୍ତି। ସେ ତାଲିକାର ୩୪ ତମ ସ୍ଥାନରେ ରହିଛନ୍ତି। ସୀତାରମଣ ପୂର୍ବରୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ଵ ତୁଲାଇ ସାରିଛନ୍ତି। ସେହିପରି ନାଦାର ମାଲହୋତ୍ରା ୫୪ତମ ସ୍ଥାନରେ ରହିଛନ୍ତି। ସେ ଏଚସିଏଲର ସିଇଓ ଭାବେ କମ୍ପାନୀର ସମସ୍ତ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଥାନ୍ତି। ସେ କମ୍ପାନୀର ସିଏସଆର କମିଟିର ଅଧ୍ୟକ୍ଷ ଏବଂ ଶିବ୍‌ନାଦାର ଫାଉଣ୍ଡେଶନର ଟ୍ରଷ୍ଟି ମଧ୍ୟ ରହିଛନ୍ତି। ଏହି ଫାଉଣ୍ଡେଶନ ଶିକ୍ଷାକୁ ଗୁରୁତ୍ଵ ଦେବା ସହିତ ଏହାର ଗୁଣାତ୍ମକ ବିକାଶ ଲାଗି ଭାରତରେ କେତେକ କଲେଜ ଏବଂ ସ୍କୁଲ ପ୍ରତିଷ୍ଠା କରିଛି। କିରଣ ମଜୁମଦାର ତାଲିକାର ୬୫ତମ ସ୍ଥାନରେ ଅଛନ୍ତି। ସେ ହେଉଛନ୍ତି ଭାରତର ସବୁଠାରୁ ବଡ଼ ବାୟୋଫାର୍ମାସ୍ୟୁଟିକାଲ କମ୍ପାନୀ ବିକନ୍‌ର ପ୍ରତିଷ୍ଠାତା। ୧୯୭୮ରେ ଏହି କମ୍ପାନୀ ପ୍ରତିଷ୍ଠା ହୋଇଥିଲା। ଏମାନଙ୍କ ବ୍ୟତୀତ ତାଲିକାରେ ବିଲ୍‌ ଏବଂ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେଶନର ସହ-ଅଧ୍ୟକ୍ଷ ମେଲିଣ୍ଡା ଗେଟ୍‌ସ(୬ଷ୍ଠ), ଆଇବିଏମର ସିଇଓ ଗିନି ରୋମେଟ୍ଟି(୯ମ), ଫେସବୁକ୍‌ ସିଓଓ ଶେରିଲ ସ୍ୟାଣ୍ଡବର୍ଗ(୧୮ଶ), ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡର୍ନ(୩୮ତମ), ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ(୪୨ତମ), ଗାୟିକା ରିହାନା(୬୧ତମ), ବିୟୋନ୍ସ(୬୬ତମ), ଟେଲର ସ୍ବିଫ୍ଟ(୭୧), ଟେନିସ ତାରକା ସେରେନା ୱିଲିୟମ୍ସ(୮୧) ଏବଂ କିଶୋରୀ ପରିବେଶବିତ୍‌ ଗ୍ରେଟା ଥନବର୍ଗ(୧୦୦ତମ) ପ୍ରମୁଖ ରହିଛନ୍ତି।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories