www.samajalive.in
Saturday, December 6, 2025
23.1 C
Bhubaneswar

ଚିକେନ ଆଳୁ କୋରମା ତରକାରୀ

ଆବଶ୍ୟକ ସାମଗ୍ରୀ
ଚିକେନ – ୩୦୦ ଗ୍ରାମ
ତେଲ – ଆବଶ୍ୟକ ପରିମାଣରେ
ଗୁଜୁରାତି – ୬ଟି
ଡ଼ାଲଚିନି – ୨ ଖଣ୍ଡ
କଟା ପିଆଜ – ୧କପ
ରସୁଣ ପେଷ୍ଟ – ୨ ଚାମଚ
ଡ଼ାଲଚିନି ଗୁଣ୍ଡ – ଅଳ୍ପ
ଲେମ୍ବୁ ରସ – ଅଳ୍ପ
ଧନିଆ ଗୁଣ୍ଡ – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ
କଟାନଡ଼ିଆ – ୧କପ
କଞ୍ଚା ଲଙ୍କା – ୨ଟି
ଆଳୁ – ଆବଶ୍ୟକ ପରିମାଣରେ
ଲବଙ୍ଗ – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ଅଦା ବଟା – ଅଳ୍ପ
ଲବଙ୍ଗ ଗୁଣ୍ଡ – ଅଳ୍ପ
କେସର – ଅଳ୍ପ
ଦହି – ୧କପ
ଲଙ୍କା ଗୁଣ୍ଡ – ଅଳ୍ପ
ବାଦାମ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
କଟା ଧନିଆ ପତ୍ର – ଅଳ୍ପ
ଘିଅ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ରଖନ୍ତୁ। ବାଦାମକୁ ବତୁରାଇ ରଖନ୍ତୁ। ଆଳୁର ଚୋପା ଛଡ଼ାଇ ଧୋଇ ଏକ ପାତ୍ରରେ ରଖନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ଆଳୁ ପକାଇ ଭାଜି ଦିଅନ୍ତୁ। କେସରକୁ ସାମାନ୍ୟ ଉଷୁମ ପାଣିରେ ପକାଇ ବତୁରାଇ ଦିଅନ୍ତୁ। ଏବେ ଦହିରେ ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହି ମିଶ୍ରଣକୁ ଚିକେନରେ ପକାଇ ୩୦ ମିନିଟ ରଖିଦିଅନ୍ତୁ। କଡ଼େଇରେ ନଡ଼ିଆ, ବାଦାମକୁ ଭାଜି ଦିଅନ୍ତୁ। ଏହାକୁ ପେଷି ଦିଅନ୍ତୁ। ବର୍ତ୍ତମାନ ଗ୍ୟାସରେ ପୁଣି କଡ଼େଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଡ଼ାଲଚିନି, ଲବଙ୍ଗ, ଗୁଜୁରାତି ପକାଇ ଭାଜନ୍ତୁ। କିଛି ସମୟ ପରେ ଏଥିରେ ପିଆଜ ପକାଇ ମଧ୍ୟ ଭାଜନ୍ତୁ। ଭାଜିବା ପରେ ଏଥିରେ ଅଦାରସୁଣ ବଟା ପକାଇ କିଛି ସମୟ କଷନ୍ତୁ। କଷିବା ପରେ ଏଥିରେ ଗୋଳାଇ ରଖିଥିବା ଚିକେନ ପକାଇ କିଛି ସମୟ ଗ୍ୟାସରେ ବସାନ୍ତୁ। ପୁଣି ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲରେ ପୂର୍ବ ପ୍ରସ୍ତୁତ ଚିକେନକୁ ପକାଇ ଏଥିରେ ବାଦାମ ମିଶ୍ରଣ, ବିଭିନ୍ନ ମସଲା, ଆଳୁ ପକାଇ , ୨କପ ପାଣି ଦେଇ ୫ ମିନିଟ ଗ୍ୟାସରେ ବସାନ୍ତୁ। ଏହାପରେ ଏଥିରେ ଗୁଜୁରାତି ଗୁଣ୍ଡ, ଲବଙ୍ଗ ଗୁଣ୍ଡ ପକାଇ ୧ ମିନିଟ ବସାନ୍ତୁ। ୧ ମିନିଟ ପରେ ଏକ ପାତ୍ରକୁ କାଢି କଟା ଧନିଆ ପତ୍ର ଓ କଞ୍ଚା ଲଙ୍କା ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ ଆଳୁ କୋରମା ତରକାରୀ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories