www.samajalive.in
Saturday, December 6, 2025
16.1 C
Bhubaneswar

ଲଣ୍ଡନରେ ବନ୍ଧା ହେଲେ ନୀରବ ମୋଦୀ

ଲଣ୍ଡନ: ଶେଷରେ ଲଣ୍ଡନରେ ବନ୍ଧା ହୋଇଛନ୍ତି ଭାରତରୁ ଲୁଚି ପଳାଇଥିବା ହୀରା ବ୍ୟବସାୟୀ ନୀରବ ମୋଦୀ। ବହୁ ଚର୍ଚ୍ଚିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନବି) ମହାଘୋଟାଲାର ସେ ମୁଖ୍ୟ ଅଭିଯୁକ୍ତ ଥିଲେ। ପିଏନବିରୁ ପାଖାପାଖି ୧୩୭୦୦ କୋଟି ଟଙ୍କା ଠକେଇ କରି ସେ ଦେଶ ଛାଡ଼ି ପଳାଇଥିଲେ। ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ର ଅନୁରୋଧ କ୍ରମେ ଲଣ୍ଡନ ପୋଲିସ ତାଙ୍କୁ ଗିରଫ କରିଛି। ପରେ ତାଙ୍କୁ ପୁଲିସ ୱେଷ୍ଟମିନିଷ୍ଟର କୋର୍ଟରେ ହାଜର କରିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ନୀରବ ମୋଦୀ ଋଣ ଫେରସ୍ତ ନ କରି ଲଣ୍ଡନରେ ଆଲିସାନ ଘରେ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ। ଏପରି କି ସେଠାରେ ନୂଆ ହୀରା ବ୍ୟବସାୟ ମଧ୍ୟ ଆରମ୍ଭ କରିଥିଲେ। ଲଣ୍ଡନର ଏକ ଗଣମାଧ୍ୟମ ୟୁକେ ଡେଲି ଟେଲିଗ୍ରାଫ ତାଙ୍କର ଏକ ଭିଡିଓ ଜାରି କରିବା ପରେ ଦେଶରେ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଥିଲା। ଏହା ମଧ୍ୟରେ ନୀରବଙ୍କୁ ଗିରଫ କରିବା ଲାଗି ଇଡି ଲଣ୍ଡନ ପୁଲିସକୁ ଅନୁରୋଧ କରିଥିଲା। ପୂର୍ବରୁ ନୀରବଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ବ୍ରିଟେନ ସରକାରଙ୍କୁ ଅନୁରୋଧ କରାଯାଇଥିଲା। ଏଥିସହ ଇଣ୍ଟରପୋଲର ରେଡ୍‌ କର୍ନର ନୋଟିସ ଜାରି ହୋଇଥିଲା। କିନ୍ତୁ ବ୍ରିଟେନ ସରକାର କୌଣସି ପଦକ୍ଷେପ ନେଉ ନ ଥିଲେ।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories