mission shakti banner

ନିରବଙ୍କୁ ଧରିବା ପାଇଁ ହଂକଂ ନିଷ୍ପତ୍ତି ନେବ: ଚୀନ୍‌

nua o banner
0

ବେଜିଂ : ହୀରା ବ୍ୟବସାୟୀ ନିରବ ମୋଦିଙ୍କ ଗିରଫ ସମ୍ପର୍କରେ ଚୀନ୍‌ ମଙ୍ଗଳବାର ଭାରତ ପ୍ରତି ସହଯୋଗପୂର୍ଣ୍ଣ ମନୋଭାବ ପ୍ରଦର୍ଶନ କରିଛି। ସ୍ଥାନୀୟ ଆଇନ ଏବଂ ଦୁଇ ରାଷ୍ଟ୍ର ମଧ୍ୟରେ ଥିବା ନ୍ୟାୟିକ ସହଯୋଗିତା ସମ୍ବନ୍ଧୀୟ ରାଜିନାମାକୁ ଭିତ୍ତି କରି ନିରବଙ୍କୁ ଗିରଫ କରାଯିବ କି ନାହିଁ ସେ ବିଷୟରେ ହଂକଂ ନିଷ୍ପତ୍ତି ନେଇପାରିବ ବୋଲି ଚୀନ କହିଛି। ଚୀନର ସ୍ୱତନ୍ତ୍ର ପ୍ରଶାସନିକ କ୍ଷେତ୍ର ହଂକଂଠାରେ ନିରବ ଆତ୍ମଗୋପନ କରିଛନ୍ତି। ଏହା ଜଣାପଡିବା ପରେ ହଂକଂ ସ୍ୱତନ୍ତ୍ର ପ୍ରଶାସନିକ ଅଞ୍ଚଳ (ଏଚ୍‌କେଏସ୍‌ଏଆର୍‌)କୁ ଭିତ୍ତି କରି ହଂକଂ ସରକାର ନିରବଙ୍କୁ ଗିରଫ କରନ୍ତୁ ବୋଲି ଗତ ସପ୍ତାହରେ ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ଭି. କେ ସିଂହ ସଂସଦରେ ଦାବି ଉଠାଇଥିଲେ। ଭାରତର ଏହି ଅନୁରୋଧ ସମ୍ପନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଜେଙ୍ଗ ଶୁଆଙ୍ଗ ବେଜିଂଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମତାମତ ଦେଇଛନ୍ତି। ସେ କହିଛନ୍ତି, ଗୋଟିଏ ଦେଶ ଦୁଇଟି ବ୍ୟବସ୍ଥା ଏବଂ ଏଚ୍‌କେଏସ୍‌ଏଆର୍‌ର ଆଇନକୁ ଭିତ୍ତି କରି କେନ୍ଦ୍ରୀୟ ସରକାରଙ୍କ ସହଯୋଗ ଏବଂ ପ୍ରାଧିକରଣରେ ଏଚ୍‌କେଏସ୍‌ଏଆର୍‌ ଅନ୍ୟ ଦେଶଗୁଡିକ ସହିତ ବିଚାର ବିଭାଗ ସମ୍ବନ୍ଧୀୟ ପାରସ୍ପରିକ ସହଯୋଗ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା କରିପାରିବ। ନିରବଙ୍କ ମାମଲାରେ ଭାରତ ଏଚ୍‌କେଏସ୍‌ଏଆର୍‌କୁ ଅନୁରୋଧ କଲେ ଉଦ୍ଦିଷ୍ଟ ରାଜିନାମା ଆଧାରରେ ଏଚ୍‌କେଏସ୍‌ଏଆର୍‌ ପଦକ୍ଷେପ ଗ୍ରହଣ କରିପାରିବ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୨,୦୦୦ କୋଟି ଟଙ୍କାର ଠକେଇ ମାମଲାରେ ନିରବ ଅଭିଯୁକ୍ତ ଅଛନ୍ତି। ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି।

Leave A Reply