ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ

0

କଟକ: ନିରଞ୍ଜନ ପଟ୍ଟନାୟକଙ୍କୁ  ଓଡିଶା ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଭାବେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଯୁକ୍ତି ଦେଇଛନ୍ତି ।  ବିଧାୟକ ନବ ଦାସ, ଚିରଞ୍ଜୀବ ବିଶ୍ୱାଳ, ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କୁ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି ।

ପୂର୍ବତନ ସାଂସଦ ଭକ୍ତ ଦାସଙ୍କୁ ପ୍ରଚାର ସମିତିର ମୁଖ୍ୟ, ଜିତେନ୍ଦ୍ର ସିଂଙ୍କୁ ସମନ୍ୱୟ କମିଟିର ମୁଖ୍ୟ, ଜଗନ୍ନାଥ ପଟ୍ଟନାୟକଙ୍କୁ  ସମନ୍ୱୟ  କମିଟିର ସଂଯୋଜକ, ପିସିସିର ପୂର୍ବତନ ଅଧ୍ୟକ୍ଷ ଜୟଦେବ ଜେନାଙ୍କୁ କୋର କମିଟିର ଚେୟାର ପର୍ସନ, ଶରତ ପଟ୍ଟନାୟକଙ୍କୁ ପିସିସି ଅଧ୍ୟକ୍ଷ ସଂଯୋଜକ,   ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କୁ ଶୃଙ୍ଖଳା କମିଟିର ମୁଖ୍ୟ,  ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ  ଇସ୍ତାହାର କମିଟି ମୁଖ୍ୟ, ଓ ଶରତ ରାଉତଙ୍କୁ ସଂଯୋଜକ ଭାବେ ରାହୁଲ ଗାନ୍ଧୀ ନିଯୁକ୍ତି ଦେଇଛନ୍ତି । ଏ ନେଇ ଏଆଇସିସି ପକ୍ଷରୁ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି।

ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ହେବାପରେ ଦଳର ସ୍ଥିତକୁ ସୁଦୃଢ କରିବା ପାଇଁ ଚେଷ୍ଟା କରିବେ ,ମିଳିତ ଭାବେ ଦଳକ ଶକ୍ତିଶାଳୀ କରିବେ ବୋଲି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Leave A Reply