ପାଟଣା : ସାହାରପଡ଼ା ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ନିରଞ୍ଜନ ସ୍ୱାଇଁ(୪୭) ଗତ ୪ ତାରିଖ ଅପରାହ୍ନରେ ସଡ଼କ ଦୁର୍ଘଟଣାର ଶୀକାର ହୋଇଥିଲେ। ଦୁର୍ଘଟଣାରେ ତାଙ୍କର ଗୋଟିଏ ଗୋଡ଼ର ହାଡ଼ ଚୁରମାର ହୋଇ ଯାଇଥିଲା। ନିଜ ଗ୍ରାମ ମହ୍ଲାରପଦାରୁ ସେ ବାଇକ ଯୋଗେ ସାହାରପଡ଼ା ଆସୁଥିବା ବେଳେ ତୁରୁମୁଙ୍ଗା ଥାନା ଅଞ୍ଚଳ ଲୁଙ୍ଗା ନିକଟରେ ତାଙ୍କ ବାଇକକୁ ଏକ ବଲେରୋ ଧକ୍କା ଦେଇଥିଲା। ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ କରଞ୍ଜିଆ ଓ ସେଠାରୁ କଟକ ବଡ଼ ଡ଼ାକ୍ତରଖାନା ପଠାଯାଇଥିବା ବେଳେ ଗତ କାଲି ରାତି ୧୦ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ଶ୍ରୀ ସ୍ୱାଇଁଙ୍କ ମରଶରୀର ଆଜି ଗାଁକୁ ଅଣାଯାଇଥିବା ବେଳେ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି। ପାଟଣା ବିଧାୟକ ଜଗନ୍ନାଥ ନାଏକ, ପୂର୍ବତନ ବିଧାୟକ ହୃଷୀକେଶ ନାୟକ, ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ସାହାରପଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଗୌତମ ନାଏକ, କଂଗ୍ରେସ ନେତା ଇଂ ବିନୋଦ ବିହାରୀ ନାଏକ, ଜିଲ୍ଲା ବିଜେଡି କୃଷକ ସେଲ ସଭାପତି ଦୀପକ କୁମାର ରାଜ୍ ଓ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
Popular Categories



