ମୁମ୍ବଇ : ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ମାଆ ଅରୁଣା ଭାଟିଆଙ୍କର ପରଲୋକ ହୋଇଥିବା ନେଇ ଆଜି ଜଣାପଡିଛି। ସକାଳେ ମୁମ୍ବଇର ହୀରାନନ୍ଦାନୀ ହସ୍ପିଟାଲରେ ସେ ଆଖି ବୁଜିଛନ୍ତି। ଅସୁସ୍ଥ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଆଇସିୟୁରେ ରଖାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ଅକ୍ଷୟ କୁମାର ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ମାଆଙ୍କ ଦେହାନ୍ତ ନେଇ ଜଣାଇଛନ୍ତି।
ଏହାସହ ଅକ୍ଷୟ କୁମାର ସୋସିଆଲ ମିଡିଆ ମାଧ୍ୟମରେ ପୋଷ୍ଟ କରିଛନ୍ତି, ମାଆ ମୋ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ। ଆଜି ତାଙ୍କ ମୃତ୍ୟୁରେ ଅସହ୍ୟ ଯନ୍ତ୍ରଣା ହେଉଛି। ଆଜି ସକାଳେ ମାଆ ଦୁନିଆକୁ ଛାଡି ଚାଲି ଯାଇଛନ୍ତି। ପୂର୍ବରୁ ବାପା ଦୁନିଆ ଛାଡି ଚାଲିଯାଇଥିବା ବେଳେ ମାଆ ତାଙ୍କ ପାଖକୁ ଚାଲି ଯାଇଛନ୍ତି। ମୁଁ ଓ ମୋ ପରିବାର ଏବେ କଷ୍ଟକର ସମୟ ଦେଇ ଗତିକରୁଥିବା ବେଳେ ଆପଣମାନଙ୍କ ପ୍ରାର୍ଥନା ପାଇଁ ବହୁତ ଧନ୍ୟବାଦ।



