www.samajalive.in
Friday, December 5, 2025
17.1 C
Bhubaneswar

ପୋତି ହେଲାଣି ଡ୍ରେନ ; ଦୃର୍ଗନ୍ଧରେ ଫାଟୁଛି ଗାଁ

କଲ୍ୟାଣସିଂହପୁର  :ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଥିବା ପ୍ରତ୍ୟେକ ସାହିରେ ଥିବା ଡ୍ରେନ ଗୁଡିକ ପୋତି ହୋଇ ଯାଇଥିବା ଦେଖିବାକୁ ମିଳିଛି । କେନ୍ଦ୍ର ସରକାର ବିଭିନ୍ନ ସମୟରେ ସ୍ବଛତାକୁ ଗୁରୁତ୍ୱର ଦେଇ ସ୍ବଛ ଭାରତ ଅଭିଯାନ ରେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ଆସୁଥିବାବେଳେ  ସ୍ଥାନୀୟ ପ୍ରଶାସନ ର ଅବହେଳା ଓ ସ୍ବଛତାକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି ।  କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାର ଗୌଡ଼ସାହି,ସାନବ୍ରାହ୍ମଣ ସାହି,ବଡବ୍ରାହ୍ମଣ ସାହି,ଧୋବା ସାହି,କାମ୍ପସାହି ,ବେହେରା ସାହିଓ ମୁଖ୍ୟ ବଜାରରେ ଥିବା ଡ୍ରେନ ଗୁଡିକ ଆବର୍ଜନା ରେ ପୋତି ଦୃର୍ଗନ୍ଧ ହେବାସହ ମଶା,ମାଛିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବହୁ ବର୍ଷ ଧରି ଡ୍ରେନ ଗୁଡିକ ପୋତି ହୋଇ ରହିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଓ ପଞ୍ଚାୟତ କାର୍ୟ୍ୟାଳୟ ଅଧିକାରୀଙ୍କୁ ବାରମ୍ବାର ସ୍ଥାନୀୟ ଲୋକ ଅଭିଯୋଗ କରିଆସୁଛନ୍ତି। ଡ୍ରେନ ଗୁଡିକ ଆବର୍ଜନାରେ ପୋତି ହୋଇଥିବାରୁ ମଶାଙ୍କ ପ୍ରାଦୃଭାବ ବଢିବା ସହ ଅନେକ ଲୋକ ମେଲେରିଆରେ ଆକ୍ରାନ୍ତ ହୋଇଛନ୍ତି । କିଛି ଦିନ ତଳେ ସଦର ମହକୁମାର ଜଣେ ମାରାତ୍ମକ ଡେଙ୍ଗୁ ରୋଗର ଶିକାର ହୋଇ ବ୍ରହ୍ମପୁର ବଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଖବର ମିଳିଛି ।ପଞ୍ଚାୟତ , ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ମଧ୍ୟ ବ୍ଲିଚିଙ୍ଗ ବା ଡିଡିଟି ସିଞ୍ଚନ କରୁଥିବା  ନଥିବା ଅଭିଯୋଗ ହୋଇଛି।

ଯାହାଫଳରେ ଡାଇରିଆରେ ମଧ୍ୟ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ମୁଖ୍ୟ ବଜାରର ଉଭୟ ପାର୍ଶ୍ୱର ଡ୍ରେନ ଗୁଡିକ ପୋତି ହୋଇଥିବା ବେଳେ ପ୍ରତ୍ୟେକ ଘର ଓ ସିଆରପିଏଫ ମାନେ ବ୍ୟବହୃତ କରୁଥିବା ଅପରିଷ୍କାର ପାଣି ଦିନ ତମାମ କୁତ୍ରିମ ନାଳ ହୋଇ ରାସ୍ତାରେ ଚାଲୁଛି ।ଏହି ରାସ୍ତାରେ ଯାନବାହନ ଚଳାଚଳ ହେଉଥିବା ବେଳେ ଯାତାୟାତ ଲୋକଙ୍କ ଉପରେ ସେହି ଅପରିଷ୍କାର ଛିଟିକି ପଡୁଛି । ଅନେକ ମହିଳା,ପୁରୁଷ ମାନେ ଏହି ରାସ୍ତା ଦେଇ ମନ୍ଦିରକୁ ଯାଉଛନ୍ତି।
ଏହାକୁ  ତୁରନ୍ତ ସଫେଇ କରା ନ ଗଲେ ଲୋକେ ମେଲେରିଆ ସହ ମାରାତ୍ମକ ଡେଙ୍ଗୁ ଭଳି ବିଭିନ୍ନ ରୋଗର ଶିକାର ହେବେ ବୋଲି କୁହାଯାଉଛି।
ଡ୍ରେନଜ ସମସ୍ୟାକୁ ନେଇ ସ୍ଥାନୀୟ ବିଡିଓ ସୁଧାକର ରଇତଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଡ୍ରେନ ସଫା କରିବାପାଇଁ କୌଣସି ଫଣ୍ଡ ନାହିଁ ତଥାପି ପଞ୍ଚାୟତର ପିଓ ସହ ଆଲୋଚନା କରି କେମିତି ସଫା କରାଯିବ ତାହାର ବ୍ୟବସ୍ଥା କରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories