ମହାକବି ଗୋପାଳ ଦାସ ନୀରଜଙ୍କ ପରଲୋକ

0
ନୂଆଦିଲ୍ଲୀ : ହିନ୍ଦୀ ସାହିତ୍ୟର ପ୍ରସିଦ୍ଧ ଗୀତିକାର ଗୋପାଳ ଦାସ ନୀରଜ ଆଉ ନାହାନ୍ତି। ଶୁକ୍ରବାର ୯୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ମଙ୍ଗଳବାର ହଠାତ ସେ ଅସୁସ୍ଥ  ହୋଇପଡିବାରୁ ତାଙ୍କୁ ଆଗ୍ରାର ଲୋଟସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସ ନିଆଯାଇଥିଲା। ସେଠାରେ ତାଙ୍କର ଦେହାନ୍ତ ହୋଇଯାଇଛି।
୧୯୨୫ ମସିହା ଜାନୁୟାରୀ ୪ ତାରିଖରେ ଗୋପାଳ ଦାସ ନୀରଜ ଉତ୍ତର ପ୍ରଦେଶର ଇଟାୱା ଜିଲାର ପୁରାବଲୀ ଗାଁରେ ଜନ୍ମ ଗ୍ରହଣ କରିଥିଲେ। ଅନେକ ଫିଲ୍ମରେ ସୁପରହିଟ୍‍ ଗୀତ ଲେଖିବା ସହିତ ସେ ମଞ୍ଚରେ ହିନ୍ଦୀ କବିତା ଆବୃତି କରିବାରେ ବେଶ ପ୍ରସିଦ୍ଧି ଲାଭ କରିଥିଲେ। ନିଜ ଲେଖା ପାଇଁ ତାଙ୍କୁ ଅନେକ ପୁରସ୍କାର ଓ ସମ୍ମାନ ମିଳିଥିଲା। ୧୯୯୧ରେ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା। ୨୦୦୭ରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଭୂଷଣରେ ମଧ୍ୟ ସମ୍ମାନିତ କରାଯାଇଥିଲା। ଉତ୍ତର ପ୍ରଦେଶ ସରକାର ତାଙ୍କୁ ଯଶ ଭାରତୀ ସମ୍ମାନରେ ସମ୍ମାନିତ କରିଥିଲେ। ବଲିଉଡ଼ରେ ଅନେକ ସୁପର ହିଟ୍‍ ଗୀତ ପାଇଁ ତାଙ୍କୁ ମଧ୍ୟ ତିନି ଥର ଫିଲ୍ମ ଫେୟାର ପୁରସ୍କାର ମିଳିଥିଲା।
ସୋ-ମ୍ୟାନ ରାଜ୍ କପୁରଙ୍କ ସୁପର ହିଟ୍ ଫିଲ୍ମ ’ମେରା ନାମ ଜୋକର’ର ଏ ଭାଇ ଜରା ଦେଖକେ ଚଲୋ… ପାଇଁ ସେ ଘରେ ଘରେ ପରିଚିତ ହୋଇଥିଲେ। ସେହିପରି ହିନ୍ଦୀ ଫିଲ୍ମ ’ପହଚାନ’ର  ’ ବସ୍ ୟହି ଅପରାଧ ମେଁ  ହର ବାର କରତା ହୁଁ…’ ଗୀତ ପାଇଁ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଥିଲେ।
Leave A Reply