www.samajalive.in
Friday, December 12, 2025
27.1 C
Bhubaneswar

ବାତ୍ୟାର ୫ ଦିନ ବିତିଲା, ପହଞ୍ଚିଲାନି ସହାୟତା; ପ୍ରତିବାଦରେ ପିପିଲି-ନିମାପଡ଼ା ରାସ୍ତାରୋକୋ

ପିପିଲି: ବାତ୍ୟା ‘ଫନି’ର ପ୍ରଭାବରେ ସମଗ୍ର ପୁରୀ ଜିଲା ଧ୍ଵସ୍ତବିଧ୍ଵସ୍ତ ହୋଇଯାଇଛି। ହଜାର ହଜାର ଲୋକ ବେସାହାରା ହୋଇପଡ଼ିଛନ୍ତି। ଇତିମଧ୍ୟରେ ବାତ୍ୟାକୁ ୫ ଦିନ ବିତିଗଲାଣି। କିନ୍ତୁ ଅଧିକାଂଶ ଅଞ୍ଚଳରେ ଲୋକଙ୍କୁ ପ୍ରଶାସନ ପକ୍ଷରୁ କୌଣସି ସହାୟତା ଯୋଗାଇ ଦିଆଯାଇ ନାହିଁ। ଏହା ପ୍ରତିବାଦରେ ବାତ୍ୟା କ୍ଷତିଗ୍ରସ୍ତ ଲୋକମାନେ ବୁଧବାର ପିପିଲି-ନିମାପଡ଼ା ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ। ୩ଟି ସ୍ଥାନରେ ରାସ୍ତାରୋକୋ ହୋଇଥିଲା। ଶାଳଜଙ୍ଗ, ଭାଣପୁର ଏବଂ ରେଞ୍ଚ ଶାସନ ଛକରେ ସକାଳ ପ୍ରାୟ ୮ଟାରୁ ଲୋକେ ରାସ୍ତାରୋକୋ କରିଥିଲେ। ପରେସକାଳ ପ୍ରାୟ ସାଢ଼େ ୯ଟାରେ ପୁଲିସ ଶାଳଜଙ୍ଗଠାରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକୋ ହଟିଥିଲା।

ରେଞ୍ଚ ଶାସନଠାରେ ସ୍ଥାନୀୟ ୧୧ ନମ୍ବର ୱାର୍ଡ ସଭ୍ୟ ବିଷ୍ଣୁଚରଣଙ୍କ ସମେତ ସ୍ଥାନୀୟ ଶତାଧିକ ଗ୍ରାମବାସୀ ରାସ୍ତାରେ ଭାଙ୍ଗିଯାଇଥିବା ଗଛ ଏବଂ ପଥର ପକାଇ ଅବରୋଧ କରିଥିଲେ। ଫଳରେ ଏହି ରାସ୍ତାରେ ବହୁ ସଂଖ୍ୟକ ଯାନବାହାନ ଅଟକି ରହିଥିଲା। ୱାର୍ଡସଭ୍ୟ ବିଷ୍ଣୁଚରଣ ଅଭିଯୋଗ କରିଛନ୍ତି ​‌ଯେ, ବାତ୍ୟାର ୬ଦିନ ବିତିଲାଣି ପ୍ରଶାସନର ଦେଖାନାହିଁ। ଲୋକେ ଖାଦ୍ୟ ଏବଂ ପାନୀୟଜଳ ବିନା ହଇରାଣ ହେଉଛନ୍ତି। ଲୋକଙ୍କ ପାଖରେ ଟଙ୍କାକର ଜିନିଷ ପହଞ୍ଚିନାହିଁ। ପଞ୍ଚାୟତର ପ୍ରାୟ ୨ ହଜାର ଲୋକଙ୍କ ଚାଳଘର ନଷ୍ଟ ହୋଇଯାଇଛି। ପଲିଥିନ ମିଳି ନ ଥିବାରୁ ଅନେକ ଲୋକ ଖୋଲାଆକାଶ ତଳେ ଜୀବନ କାଟୁଛନ୍ତି। ସେଥିପାଇଁ ଆମେ ବାଧ୍ୟହୋଇ ରାସ୍ତାରୋକୋ କରୁଛୁ ବୋଲି ବିଷ୍ଣୁଚରଣ କହିଥିଲେ।

- Advertisement -

ତେବେ କେବଳ ଏହି ଅଞ୍ଚଳ ନୁହେଁ ନିମାପଡ଼ା ବ୍ଲକର ଅଧିକାଂଶ ପଞ୍ଚାୟତରେ ମଧ୍ୟ ଏବେ ବି ଲୋକେ ବେଳାଏ ଖାଇଲେ ଦୁଇବେଳା ଉପବାସ ରହୁଛନ୍ତି। ପ୍ରଶାସନ ପକ୍ଷରୁ ଲୋକଙ୍କ ନିକଟରେ ସହାୟତା ପହଞ୍ଚି ନ ଥିବା ଲୋକେ ଅଭିଯୋଗ କରିଛନ୍ତି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories