www.samajalive.in
Friday, December 12, 2025
19.1 C
Bhubaneswar

ପାକିସ୍ତାନ ସୁଫି ଦର୍ଘା ଆଗରେ ଆତ୍ମଘାତୀ ବିସ୍ଫୋରଣ: ୮ ମୃତ, ୨୫ ଆହତ

ଲାହୋର : ପାକିସ୍ତାନର ଲାହୋରସ୍ଥିତ ଦାତା ଦରବାର ସୁଫି ଦର୍ଘା ଆଗରେ ବୁଧବାର ସକାଳେ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟି ୫ ପୁଲିସ୍‍ କର୍ମୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି । ବିସ୍ଫୋରଣରେ ୨୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଲାହୋର ପୁଲିସ୍‍ କହିବା ଅନୁସାରେ ସୁଫି ଦର୍ଘା ସୁରକ୍ଷାରେ ନିୟୋଜିତ ପୁଲିସ୍‍ କର୍ମୀଙ୍କ ଜିପ୍‍କୁ ନିଶାଣ କରି ଏହି ବୋମା ବିସ୍ଫୋରଣ କରାଯାଇଥିଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
ଲାହୋର ପୁଲିସ୍‍ ମୁଖ୍ୟ ଗଜନଫର ଅଲ୍ଳୀ କହିଛନ୍ତି ଯେ ବିସ୍ଫୋରଣ ସମୟରେ ଦର୍ଘା ବାହାରେ ଓ ଭିତରେ ଅନେକ ଲୋକ ଥିଲେ। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଆଗକୁ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି। ପାକିସ୍ତାନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଓସମାନ ବୁଜଦାର ପୁଲିସ୍‍ ଆଇଜିଙ୍କୁ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ପୁଲିସ୍‍ ତନାଘନା ଆରମ୍ଭ କରିଛି। ରାସ୍ତାକୁ ସିଲ୍‍ କରି ପ୍ରତି ଗାଡ଼ିମୋଟର ଯାଞ୍ଚ କରାଯାଉଛି। ବିସ୍ଫୋରଣ ପରେ ହସ୍ପିଟାଲରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି। ସମସ୍ତ ଡାକ୍ତର ଓ କର୍ମଚାରୀଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି।
ପଞ୍ଜାବ ଆଇଜି ଆରିଫ ନବାଜ ଖାନ କହିଛନ୍ତି ଯେ ଏଲଟି ବାହିନୀ ଯବାନ ଦର୍ଘାର ଦ୍ୱିତୀୟ ଗେଟ ସମ୍ମୁଖରେ ମୁତୟନ ଥିଲେ। ଏଲଟି ବାହିନୀଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିଲା। ଏହି ଆକ୍ରମଣରେ ୫ ଯବାନ, ଜଣେ ଘରୋଇ ସୁରକ୍ଷା କର୍ମୀ ଏବଂ ୨ ନାଗରିକ ପ୍ରାଣ ହରାଇଛନ୍ତି। ଲାହୋର ଡିସିପି ଏହା ଏକ ଆତ୍ମଘାତୀ ବିସ୍ଫୋରଣ ଥିଲା ବୋଲି ସ୍ପଷ୍ଟ କରିଛନ୍ତି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories