www.samajalive.in
Friday, December 12, 2025
26.1 C
Bhubaneswar

ଅଦାଲତ ଅବମାନନା ମାମଲା: ସୁପ୍ରିମକୋର୍ଟରେ ପୁଣି ନିଃସର୍ତ୍ତ କ୍ଷମାପ୍ରାର୍ଥନା କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ରାଫେଲ ଡିଲ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି। ସୁପ୍ରିମକୋର୍ଟ ଗତ ଏପ୍ରିଲ ୧୦ ତାରିଖରେ ରାଫେଲ ଡିଲ ମାମଲାର ଶୁଣାଣି କରିବା ବେଳେ ଲିକ୍‌ ହୋଇଥିବା ଗୋପନୀୟ ତଥ୍ୟ ବୈଧ ବୋଲି ଦର୍ଶାଇବା ସହ ମାମଲାର ପୁନଃ ଶୁଣାଣି କରିବେ ବୋଲି ରାୟ ଦେଇଥିଲେ। କିନ୍ତୁ ରାହୁଲ ଏହା ଉପରେ ମନ୍ତବ୍ୟ ଦେଇ ସୁପ୍ରିମକୋର୍ଟ ମାନିଲେ ଯେ ‘ଚୌକିଦାର ଚୋର୍‌ ହୈ’ ବୋଲି କହିଥିଲେ। ଏ ନେଇ ବିଜେପି ପକ୍ଷରୁ ମିନାକ୍ଷୀ ଲେଖି ସୁପ୍ରିମକୋର୍ଟରେ ରାହୁଲଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ। ଏହା ପରେ ଗତଥର ଶୁଣାଣି ବେଳେ ରାହୁଲ ସୁପ୍ରିମକୋର୍ଟରେ କ୍ଷମାପ୍ରାର୍ଥନା କରିଥିଲେ। କିନ୍ତୁ କୋର୍ଟ ତାଙ୍କୁ ଏକ ଲଖିତ କ୍ଷମାପ୍ରାର୍ଥନା ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ। ଏହାପରେ ରାହୁଲ ବୁଧବାର ସୁପ୍ରିମକୋର୍ଟରେ ଲିଖିତ ଭାବରେ ନିଃସର୍ତ୍ତ କ୍ଷମାପ୍ରାର୍ଥନା ଦାଖଲ କରିଥିଲେ। ଏହା ସହ ଏହି ମାମଲାରେ ତାଙ୍କ ବିରୋଧରେ ଶୁଣାଣି ବନ୍ଦ କରିବାକୁ ରାହୁଲ କୋର୍ଟଙ୍କୁ ନିବେଦନ କରିଛନ୍ତି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories