www.samajalive.in
Friday, December 12, 2025
23.1 C
Bhubaneswar

ଆଇପିଏଲ୍‌-୨୦୧୯, ଫାଇନାଲରେ ମୁମ୍ବଇ

ଚେନ୍ନଇ : ପ୍ରଥମ ଦଳ ଭାବେ ଚଳିତ ଆଇପିଏଲ୍‌​‌ର ଫାଇନାଲରେ ପ୍ରବେଶ କରିଛି ମୁମ୍ବଇ ଇଣ୍ଡିଆନ୍‌ସ। ମଙ୍ଗଳବାର ପ୍ରଥମ କ୍ବାଲିଫାୟର ମ୍ୟାଚ୍‌ରେ ମୁମ୍ବଇ,ଗତବର୍ଷର ଚମ୍ପିଆନ୍ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)କୁ ୬ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂକରି ୩ ଥର ଚମ୍ପିଆନ୍ ସିଏସ୍‌କେ ୪ ୱିକେଟରେ ୧୩୧ ରନ୍ କରିଥିଲା। ୬୫ ରନ୍‌ରେ ୪ଟି ୱିକେଟ ପଡ଼ିଯିବା ପରେ ଅମ୍ବତି ରାୟୁଡୁ ଓ ମହେନ୍ଦ୍ର ସିଂହ ଧୋନିଙ୍କ ଲଢ଼ୁଆ ଇନିଂସ ବଳରେ ଚେନ୍ନଇ ଏହି ସ୍କୋର୍ କରିଥିଲା। ପରେ ସୂର୍ଯ୍ୟକୁମାର ଯାଦବଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୧୮.୩ ଓଭରରେ ୪ ୱିକେଟ ହରାଇ ମୁମ୍ବଇ ବିଜୟୀ ହୋଇଥିଲା। ୩ ଥର ଚମ୍ପିଆନ୍ ମୁମ୍ବଇ ୫ମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଏଲମିନେଟର ମ୍ୟାଚ୍‌ର ପରାଜିତ ଦଳ ବିରୋଧରେ ଶୁକ୍ରବାର ସିଏସ୍‌କେ କ୍ଲାଲିଫାୟର-୨ ମ୍ୟାଚ୍ ଖେଳିବ।
୧୩୨ ରନ୍ ଲକ୍ଷ୍ୟ​ ନେଇ ଇନିିଂସ ଆରମ୍ଭ କରିଥିବା ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟ ପ୍ରାରମ୍ଭିକ ବିପର୍ଯ୍ୟୟ ଭୋଗିଥିଲା। ୪ର୍ଥ ଓଭର ସୁଦ୍ଧା ମୁମ୍ବଇ ୨୧ ରନ୍‌କରି ଉଭୟ ଓପ୍‌ନରଙ୍କ ୱିକେଟ ହରାଇଥିଲା। ଅଧିନାୟକ ରୋହିତ ଶର୍ମା ୪ ଓ କ୍ବିଣ୍ଟନ ଡି କକ୍ ୮ ରନ୍‌କରି ଆଉଟ ହୋଇଥିଲେ। ପରେ ସୂର୍ଯ୍ୟକୁମାର ଯାଦବ ଓ ଈଶାନ୍ କିଷନ୍ ୩ୟ ୱିକେଟ ପାଇଁ ୮୦ ରନ୍‌ର ଭାଗିଦାରୀ କରିଥିଲେ। ଇମ୍ରାନ୍ ତାହିର କ୍ରମାଗତ ୨ଟି ବଲ୍‌ରେ ୨ଟି ୱିକେଟ ନେଇଥିଲେ। ବାମହାତି ଈଶାନ୍ କିଷନ ୩୧ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୮ ରନ୍‌କରି ଆଉଟ ହୋଇଥିଲେ। ପରବର୍ତ୍ତୀ ବଲ୍‌ରେ କ୍ରୁନାଲ ପାଣ୍ଡ୍ୟା (୦) ଆଉଟ ହୋଇଥିଲେ। ପରେ ସୂର୍ଯ୍ୟକୁମାର ଯାଦବ ଓ ହାର୍ଦିକ ପାଣ୍ଡ୍ୟା ମୁମ୍ବଇକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। ହାର୍ଦିକ ୧୩ ରନ୍‌କରି ଅପରାଜିତ ଥିଲେ। ୫୪ ବଲ୍‌ରୁ ୧୦ଟି ଚୌକା ସହ ୭୧ ରନ୍‌କରି ସୂର୍ଯ୍ୟକୁମାର ଯାଦବ ଅପରାଜିତ ଥିଲେ। ତାହିର ୨ଟି ୱିକେଟ ନେଇଥିଲେ। ସୂର୍ଯ୍ୟକୁମାର ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଟସ୍ ଜିତି ଘରୋଇ ଚେନ୍ନଇ ସୁପର କିଙ୍ଗ୍‌ସ ବ୍ୟାଟିଂ ନେବା ପରେ ବିପର୍ଯ୍ୟୟ ସହ ଏହା ଇନିଂସ ଆରମ୍ଭ କରିଥିଲା। ୬ ଓଭରରେ ଚେନ୍ନଇ ୩୨ ରନ୍‌କରି ୪ଟି ୱିକେଟ ହରାଇଥିଲା। ପାୱରପ୍ଲେରେ ମୁମ୍ବଇ ସ୍ପିନରଙ୍କୁ ବୋଲିଂଦେବା ରଣନୀତି ସଫଳ ହୋଇଥିଲା। ଫାଫ୍ ଡୁ ପ୍ଲେସି ୧୧ ବଲ୍‌ରୁ ୬ ରନ୍‌କରି ବିଦାୟ ନେଇଥିଲେ। ପରେ ଦଳର ଅନ୍ୟତମ ସଫଳ ବ୍ୟାଟ୍‌ସମ୍ୟାନ୍ ସୁରେଶ ରୈନା ୧୦ ରନ୍‌କରି ଆଉଟ ହୋଇଥିଲେ। ୬ ଓଭର କ୍ରିଜ୍‌ରେ ରହିଥିବା ଅଷ୍ଟ୍ରେଲୀୟ ସେନ୍ ୱାଟ୍‌ସନ ୧୩ ବଲ୍‌ରୁ ୨ଟି ଚୌକା ସହ ୧୦ ରନ୍‌କରି ବିଦାୟ ନେଇଥିଲେ। ପରେ ମୁରଲୀ ବିଜୟ ଓ ଅମ୍ବତି ରାୟୁଡୁ ପରବର୍ତ୍ତୀ ୬ ଓଭରରୁ ୩୩ ରନ୍ ଯୋଡ଼ିଥିଲେ। ବିଜୟ ୨୬ ବଲ୍‌ରୁ ୩ଟି ଚୌକା ସହ ୨୬ ରନ୍ କରିଥିଲେ। ୧୨ ଓଭରରେ ୬୫ ରନ୍‌ରେ ଚେନ୍ନଇ ୪ଟି ୱିକେଟ ହରାଇବା ପରେ ଶେଷ ୮ ଓଭରରୁ ଏହା ୬୬ ରନ୍ ଯୋଗ କରି ପାରିଥିଲା। ଏହି ଅବିଭାଜିତ ୬୬ ରନ୍ ଭାଗିଦାରୀରୁ ମହେନ୍ଦ୍ର ସିଂହ ଧୋନି ୨୯ ବଲ୍‌ରୁ ୩ଟି ଛକା ସହ ୩୭ ରନ୍‌କରି ଅପରାଜିତ ଥିଲେ। ଅମ୍ବତି ରାୟୁଡୁ ୧୪ ଓଭର ବ୍ୟାଟିଂକରି ୩୭ ବଲ୍‌ ଖେଳି ଗୋଟିଏ ଛକା ଓ ୩ଟି ଚୌକା ସହ ୪୨ ରନ୍‌କରି ଅପରାଜିତ ଥିଲେ। ରାହୁଲ ଚହର ଗୋଟିଏ ୱିକେଟ ପାଇଥିବା ବେଳେ ଜୟନ୍ତ ଯାଦବ ଓ କ୍ରୁନାଲ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories