www.samajalive.in
Monday, December 15, 2025
16.1 C
Bhubaneswar

ନୀଳଗିରିରେ ବ୍ୟାସକବି ସାହିତ୍ୟ ସଂସଦ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

ନୀଳଗିରି: ସମଗ୍ର ବସୁଧା ହେଉଛି ଏକ କୁଟୁମ୍ବ । ଆମ ଭାରତୀୟ ଭାବଧାରାକୁ ନେଇ ବ୍ୟକ୍ତିଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ହୋଇଥାଏ । ଆମେ ଓଡ଼ିଆ ବୋଲି ସେତେବେଳେ ଗର୍ବ କରିବା ଉଚିତ; ଯେତେବେଳେ ଆମେ ଆମ ମାତୃଭାଷାକୁ ସମ୍ମାନ ଓ ସୁରକ୍ଷା ଯୋଗାଇ ଦେଇପାରିବା । ବ୍ୟକ୍ତିଙ୍କ ବିଚାରରୁ ଭାଷା ବିକଶିତ ହୋଇଥାଏ ଏବଂ ବ୍ୟକ୍ତିତ୍ୱରୁ ହିଁ ଭାଷା ପ୍ରସ୍ଫୁଟିତ ହୁଏ ବୋଲି ବାଲେଶ୍ୱର ଜିଲା ଅଧୀନ ନୀଳଗିରି ମହିଳା ମହାବିଦ୍ୟାଳୟ ପ୍ରାଙ୍ଗଣରେ ବ୍ୟାସକବି ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବ ଓ କବିତା ଆସରରେ ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ । ସଂସଦ ସଭାପତି ବିପିନ ବିହାରୀ ବାରିକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସଦର ମୁଖ୍ୟ ସମ୍ପାଦକ ଯଚିନ୍ଦ୍ର ସ୍ୱାଇଁ ଅତିଥି ପରିଚୟ ଦେଇଥିଲେ । ମୁଖ୍ୟଅତିଥିଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ପ୍ରଫେସର ମନୀନ୍ଦ୍ର ମେହେର ଯୋଗଦେଇ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ପ୍ରତିଟି ଓଡ଼ିଆ ସ୍ୱର ଉତ୍ତୋଳନ କରିବା ଉଚିତ ବୋଲି କହିଥିଲେ । ମୁଖ୍ୟବକ୍ତା ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ସନ୍ତୋଷ ନାୟକ, ସମ୍ମାନିତ ଅତିଥିଭାବେ ବାଲିଗୋହିରୀସ୍ଥିତ ରତ୍ନାକର ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିନୋଦବିହାରୀ ପଣ୍ଡା, ନୀଳଗିରି ମହିଳା ମହାବିଦ୍ୟାଳୟ ଅଧ୍ୟାପକ ପ୍ରଦୀପ୍ତ ମିଶ୍ର ପ୍ରମୁଖ ମଞ୍ଚାସୀନ ହୋଇ ସ୍ୱାଭିମାନୀ ଓଡ଼ିଆ ଓ ଏମାନଙ୍କ ଭାଷା ସୁରକ୍ଷା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । ସଂସଦର ଯୁଗ୍ମସମ୍ପାଦିକା ସଙ୍ଗୀତା ବାରିକ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଶିବସୁନ୍ଦର ସାହୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ  ସାମ୍ବାଦିକ ସୁକାନ୍ତ ଦାସଙ୍କ ସମେତ ଦୁର୍ଯ୍ୟୋଧନ ବାରିକ, ସରସ୍ୱତୀ ବାରିକ, ପ୍ରଣତି ମହାପାତ୍ର, ନିରଞ୍ଜନ ତ୍ରିପାଠୀ, ଗୋପବନ୍ଧୁ ମିଶ୍ର, ସୁକାନ୍ତ ବେହେରା, ନୃସିଂହ ଚରଣ ପଣ୍ଡା ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଶେଷରେ ୩୦ଜଣ ସାରସ୍ୱତ ସାଧକ ସ୍ୱରଚିତ କବିତା ପାଠ କରିଥିଲେ ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories