www.samajalive.in
Monday, December 15, 2025
15.1 C
Bhubaneswar

ସୁଇସାଇଡ ନୋଟ୍‍ ଲେଖି ଜୀବନ ହାରିଲେ ପ୍ରେମିକା!

ନୀଳଗିରି: ବାଲେଶ୍ୱର ଜିଲା; ବରହମପୁର ଥାନା ମାଟିଆଳି ନିକଟ ନଟାପଡ଼ା ଗାଁର ବୁନୁ ଓରଫ ଜୀବନ ବେହେରା (୨୩) ନାମକ ଜଣେ ଯୁବକ ନୀଳଗିରି ଥାନା ଜୁଣିଆ ଅଞ୍ଚଳର ଜଣେ ନାବାଳିକାକୁ ଭଲ ପାଉଥିଲେ । ପ୍ରେମିକ ଜଣକ ସମସ୍ତ ସମ୍ପର୍କ ରଖି, ଏପରିକି ନାବଳିକାଙ୍କଠାରୁ ଟଙ୍କା ପଇସା ଲୁଟିବା ପରେ ତାଙ୍କୁ ଧୋକା ଦେଇ ପଳାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ସହି ନପାରି ନାବାଳିକା ଜଣକ ସୁଇସାଇଡ ନୋଟ୍‍ ଲେଖି ଓରାରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପରିବାର ଲୋକେ ସମ୍ପୃକ୍ତା ନାବାଳିକାକୁ ନୀଳଗିରି ଡାକ୍ତରଖାନାକୁ ଆଣିଥିଲେ ହେଁ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି । ଏନେଇ ମଙ୍ଗଳବାର ରାତିରେ ପରିବାର ଲୋକେ ନୀଳଗିରି ଥାନାରେ ଏତଲା ଦାଏର କରିଛନ୍ତି । ଅଭିଯୁକ୍ତ ପ୍ରେମିକକୁ ଗିରଫ କରାଯିବାକୁ ମୃତକ ପରିବାର ପକ୍ଷରୁ ଦାବି କରିଛି କରାଯାଇଛି।

ସୁଇସାଇଡ ନୋଟ୍‌ରେ ନାବାଳିକା ଜଣକ ଲେଖିଛନ୍ତି ଯେ ‘ ମା, ବାପା ମୋତେ କ୍ଷମା କରିଦେବ। ମୁଁ ଆଉ ତା କଷ୍ଟ ସହି ପାରିବିନି, ସେଥିପାଇଁ ଏ ଦୁନିଆ ଛାଡ଼ିକି ଯାଉଛି। ଭାଇ, ମୁଁ ଯାହା ପାଇଁ ମରୁଛି ତାକୁ କେବେ ଛାଡ଼ିବୁନି। ତୋତେ ତୋ ଗେଲ୍ଲି ଭଉଣୀର ରାଣ। ମୋ ମରିବାର କାରଣ; ବୁନୁ ମୋତେ ଭଲ ପାଇଲା, ସବୁ କିଛି ନେଲା, ମୋ ଇଜତ ସହିତ ଖେଳିଲା, ପରେ ମୋତେ ଛାଡ଼ି ଦେଇକି ପଳେଇଲା। ସିଏ ମୋ ପାଖରୁ ବହୁତ ପଇସା ନେଇଛି, ମାଗିଲା ବେଳକୁ କହୁଛି କି ପଇସା ମୁଁ ଜାଣିନି। ଭାଇ ତାକୁ ଛାଡ଼ିବୁନି, ମୁଁ ଯାଉଛି..। ଲଭ ୟୁ ମା ବାପା। ଆଇ ହେଟ୍‍ ୟୁ ବୁନୁ, ସରି..’ ବୋଲି ସୁଇସାଇଡ ନୋଟ୍‍ ଲେଖି ପ୍ରେମିକା ଜଣକ ଆତ୍ମହତ୍ୟା କରିବା ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories