ନୀଳଗିରି ଏନଏସିରେ ୮୩.୬୧% ମତଦାନ

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଏନଏସିରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ସରିଛି। ଏନଏସିରେ ଥିବା ମୋଟ ୧୩ଗୋଟି ୱାର୍ଡ଼ ପାଇଁ ମୋଟ ୪୪ଜଣ କାଉନସିଲର ପ୍ରାର୍ଥୀ ବିଜେଡି, ବିଜେପି ଓ ସ୍ୱାଧୀନଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ସେହିପରି ଅଧ୍ୟକ୍ଷା ପଦ ପାଇଁ ବିଜେଡିର ଅମ୍ବିକା ଦାସ, ବିଜେପିର ଅର୍ଚ୍ଚନା ସେଠୀ, କଂଗ୍ରେସର ଛବିରାଣୀ ସେଠୀ ଏବଂ ସ୍ୱାଧୀନ ପ୍ରାର୍ଥିନୀଭାବେ ପରମିତା ସେଠୀ ଓ ଅନୁପମା ସେଠୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଗୁରୁବାର ଅନୁଷ୍ଠିତ ପୌର ନିର୍ବାଚନରେ ନୀଳଗିରି ଏନଏସିର ମୋଟ ୮୩.୬୧% ମଦଦାନ ହୋଇଛି । ମୋଟ ୧୩୭୯୬ ଜଣ ଭୋଟରଙ୍କ ମଧ୍ୟରୁ ୧୧୫୩୫ ଜଣ ମତଦାନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୫୬୭୯ ଜଣ ପୁରୁଷ ଏବଂ ୫୮୫୬ ଜଣ ମହିଳା ଭୋଟର ରହିଛନ୍ତି। ମୋଟ ୧୫ଟି ବୁଥରେ ମତଦାନ ହୋଇଥିବା ବେଳେ ବରିସାହିରେ ପିଙ୍କ ବୁଥ ହୋଇଥିଲା।

Comments are closed.