ପିକଅପ ଧକ୍କାରେ ଯୁବକ ମୃତ

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରି-ସେରଗଡ଼ ରାସ୍ତାର ସିମୁଳିଆ ଛକ ନିକଟରେ ଏକ ପିକଅପ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେରଗଡ଼-ନୀଳଗିରି-ଝରଣଘାଟୀ ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ସର୍ଭେ କାମ କରିବାକୁ ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ସିଦ୍ଧମୁଳା ଗାଁର ରଞ୍ଜିତ ମନ୍ତ୍ରୀ (୨୦) ଏଠାରେ ନିୟୋଜିତ ହୋଇଥିଲେ।

 

ସମ୍ପୃକ୍ତ ଯୁବକ ନୀଳଗିରିରୁ ଏକ ବସରେ ଚଢ଼ି ସିମୁଳିଆ ଛକରେ ଥିବା ଏକ ହୋଟେଲକୁ ଖାଇବାକୁ ସେଠାରେ ଓହ୍ଲାଇଥିବା ସମୟରେ ବସ ପଛପଟୁ ଯାଉଥିବା ପିକଅପକୁ ଲକ୍ଷ୍ୟ କରିନପାରି ବାଡ଼େଇ ହୋଇ ଯାଇଥିଲେ। ପିକଅପ ଧକ୍କାରେ ଯୁବକ ଜଣକ ସଡ଼କ ଉପରେ ଛିଟିକି ପଡ଼ି ମୃତ୍ୟୁ ଘଟିଥିବା କୁହାଯାଉଛି। ଖବରପାଇ ନୀଳଗିରି ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ପିକଅପକୁ ଜବତ କରିଥିବା ବେଳେ ସ୍ଥାନୀୟ ଅଗ୍ନିଶମବାହିନୀ ମୃତକଙ୍କୁ ନୀଳଗିରି ଡାକ୍ତରଖାନାକୁ ନେଇଥିଲେ।

Comments are closed.