www.samajalive.in
Friday, December 5, 2025
20.1 C
Bhubaneswar

କୁଲଡିହାରେ ଦନ୍ତା ଶିକାର! ବନବିଭାଗର ତନାଘନା

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ କିଛି ମାସର ବ୍ୟବଧାନ ପରେ ପୁଣି ଥରେ ଦନ୍ତା ଶିକାର ହେବା ଘଟଣା ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି। ଜଙ୍ଗଲ ପାଦଦେଶ ଅଞ୍ଚଳ କୁହାଯାଉଥିବା ଆମ୍ବଝର ନିକଟସ୍ଥ ଏକ ବିଲ କିଆରୀରେ ଦନ୍ତାଟି ମରି ପଡିଥିବା ଦେଖିବାକୁ ମିଳିଛି। ଖବରପାଇ ବନ ଅଧିକାରୀ ଓ କର୍ମଚାରୀ ମାନେ ସେଠାରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି। ଦନ୍ତାକୁ କିଏ ହତ୍ୟା କଲା ସେନେଇ ବନବିଭାଗ ତଦନ୍ତ ଆରମ୍ଭ କରିଛି। କୁଲଡିହାରେ ଶିକାରୀଙ୍କ ଉପଦ୍ରଵକୁ ନେଇ ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି। ବନ କର୍ମଚାରୀଙ୍କ ପାଟ୍ରୋଲିଂ ଅବହେଳା ଯୋଗୁ ହତ୍ୟା ନା ଦନ୍ତାର ସ୍ୱାଭାବିକ ମୃତ୍ୟୁ, ସେନେଇ ବିଭାଗୀୟ ଅଧିକାରୀ ମାନେ ଯାଞ୍ଚ କରୁଛନ୍ତି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories