www.samajalive.in
Sunday, December 7, 2025
23.1 C
Bhubaneswar

ବିଇଓଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ବିଦ୍ୟାର୍ଥୀ

ନୀଳଗିରି: ନୀଳଗିରି ବ୍ଲକ ଅଧୀନ ନରଣପୁର ହାଇସ୍କୁଲର କଳା ଶିକ୍ଷକ ହରେନ୍ଦ୍ର ରାଉତଙ୍କୁ ପରିଚାଳନା କମିଟିର ବିନା ଅନୁମତିରେ ୨୦୧୬ ମସିହା ଜୁଲାଇ ୨୨ ତାରିଖରୁ ବାଲେଶ୍ୱର ଜିଲା ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟର ମଧ୍ୟାହ୍ନ ଭୋଜନ ବିଭାଗରେ ଅବସ୍ଥାପିତ କରାଯାଇଥିଲା । ସମ୍ପୃକ୍ତ ଶିକ୍ଷକ ଅଦ୍ୟାବଧି ନରଣପୁର ହାଇସ୍କୁଲରୁ ଦରମା ଉଠାଉଥିବା ବେଳେ ପ୍ରକୃତ ପକ୍ଷେ ତାଙ୍କର କର୍ମକ୍ଷେତ୍ର ବାଲେଶ୍ୱର ଜିଲା ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟ ରହିଛି । ଶିକ୍ଷକ ଜଣକ ଦୀର୍ଘ ୭ବର୍ଷ ହେବ ଡେପୁଟେସନରେ ଯାଇ, ଏଠାକୁ ଫେରିନାହାଁନ୍ତି।
ଏଠାରେ ଶିକ୍ଷକ ମରୁଡ଼ି ଯୋଗୁ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ହେବା ନେଇ ଅଞ୍ଚଳବାସୀ, ଅଭିଭାବକ ଓ ବିଦ୍ୟାର୍ଥୀଙ୍କ ତରଫରୁ ପୂର୍ବରୁ ଚେତାବନୀ ଦିଆଯାଇଥିଲା । ତୁରନ୍ତ ଶିକ୍ଷକ ଶ୍ରୀ ରାଉତଙ୍କୁ ନରଣପୁରକୁ ଫେରାଇ ଆଣିବା ଦାବିରେ ବିଦ୍ୟାର୍ଥୀମାନେ ଆଜି ସ୍କୁଲ ସମ୍ମୁଖରେ ଧାରଣାରେ ବସିଥିଲେ । ଖବରପାଇ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଇଓ ସ୍ନିଗ୍ଧା ପଣ୍ଡା ପ୍ରମୁଖ ଧାରଣା ସ୍ଥଳରେ ପହଞ୍ଚି ପିଲାଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା ୧୦ଦିନ ଭିତରେ ଶିକ୍ଷକ ଶ୍ରୀ ରାଉତଙ୍କୁ ଏଠାକୁ ଫେରାଇ ଆଣିବା ଏବଂ ସେତିକ ଦିନ ଯାଏଁ ଜଣେ ଯୋଗ୍ୟ ଶିକ୍ଷକଙ୍କୁ ଏଠାରେ ଅବସ୍ଥାପିତ କରାଯିବ ବୋଲି ବିଇଓ ଶ୍ରୀମତୀ ପଣ୍ଡା ପ୍ରତିଶ୍ରୁତି ଦେବା ପରେ ବିଦ୍ୟାର୍ଥୀମାନେ ଧାରଣାରୁ ଓହରି ଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories