www.samajalive.in
Saturday, December 6, 2025
19.1 C
Bhubaneswar

ଡାକ୍ତରମାନଙ୍କ ମହତ୍ ଉଦ୍ୟମ

କଟକ : ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ୍‌‌ ,କଟକ ଠାରେ ପବିତ୍ର ସ୍ୱାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଅତ୍ୟନ୍ତ ଉତ୍ସାହର ସହ ଏଥିରେ ଭାଗନେଇ ଛାତ୍ରଛାତ୍ରୀମାନେ ପ୍ରଭାତଫେରୀ ଓ ଚିତ୍ତାକର୍ଷକ ପରେଡ଼୍ ସହ ଫେନ୍ସି ଡ୍ରେସ୍ ମଧ୍ୟ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ୧୯୯୨ ବ୍ୟାଚ ତିନିଜଣ ପ୍ରାକ୍ତନ ଛାତ୍ର ଯଥା ଆପୋଲୋ ହସ୍ପିଟାଲ୍,ଭୁବନେଶ୍ୱରର ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଡ଼ା.ସନ୍ଦୀପ ବିଶ୍ୱାଳ,ଶ୍ରୀ ରାମଚନ୍ଦ୍ରଭଞ୍ଜ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ କଟକର ସ୍ନାୟୁରୋଗ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ଼ା.ନିହାର ରଞ୍ଜନ ବିଶ୍ୱାଳ ତଥା ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ଼ା ପ୍ରଶାନ୍ତ ପରିଡ଼ା ପ୍ରଧାନଶିକ୍ଷକଙ୍କ ନିମନ୍ତ୍ରଣକ୍ରମେ ବିଦ୍ୟାଳୟରେ ପହଞ୍ଚି ପ୍ରତିଷ୍ଠା ଦିବସ ଅବସରରେ ପ୍ରତ୍ୟେକ ପ୍ରଦାନ କରିଥିବା ଦଶହଜାର ଟଙ୍କାର ଛାତ୍ରବୃତ୍ତି ରାଶିକୁ ସ୍ୱହସ୍ତରେ ବିଦ୍ୟାଳୟର ଚାରିଜଣ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିଥିଲେ।

ପ୍ରକାଶଯୋଗ୍ୟ ,ଡ଼ା.ସନ୍ଦୀପ ବିଶ୍ୱାଳ ଓ ଡ଼ା.ନିହାର ରଞ୍ଜନ ବିଶ୍ୱାଳ ଯଥାକ୍ରମେ ଡ଼ା. ସୁଶୀଳା ବିଶ୍ୱାଳ ଓ ରସାନନ୍ଦ ବିଶ୍ୱାଳ ଚାରିଟେବଲ ଟ୍ରଷ୍ଟ୍ ତରଫରୁ ଉକ୍ତ ଛାତ୍ରବୃତ୍ତି ପ୍ରଦାନ କରିଥିଲେ। ପ୍ରଧାନଶିକ୍ଷକ ଅଶୋକ କୁମାର ଶତଫଥୀ ମହତ୍ କାର୍ଯ୍ୟ ନିମନ୍ତେ ତିନି ଡ଼ାକ୍ତରଙ୍କୁ ବିଦ୍ୟାଳୟ ତରଫରୁ ଧନ୍ୟବାଦ ଓ ସମ୍ବଦ୍ଧର୍ନା ଦେବା ସହ ସେମାନଙ୍କ ମହତ୍ କାର୍ଯ୍ୟ ଭବିଷ୍ୟତରେ ଅଧିକରୁ ଅଧିକ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ସହ ଯୋଡିବା ସଙ୍ଗେସଙ୍ଗେ ବିଦ୍ୟାଳୟ ଓ ପିଲାଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ପ୍ରେରଣାର ଉତ୍ସ ହେବ ବୋଲି ପ୍ରକାଶ କରିଥିଲେ। ତିନି ଚିକିତ୍ସକଙ୍କୁ ପିଲାଙ୍କ ସହ ଯୋଡିବାରେ ମୁଖ୍ୟଭୂମିକା ଗ୍ରହଣ କରିଥିବା ଉକ୍ତ ବ୍ୟାଚ୍ ଛାତ୍ର ରଶ୍ମୀରଞ୍ଜନ ସ୍ୱାଇଁଙ୍କୁ ମଧ୍ୟ ପ୍ରଧାନଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ଶିକ୍ଷକ ଶିକ୍ଷିକା ନାରାୟଣ ସାହୁ, ଜୟନ୍ତୀ ମାଝି, ଆଶାଲତା ବେହେରା,ଭାଗିରଥି ପରିଡ଼ା,ପୁଷ୍ପିତା ନାୟକ,ସୌଭାଗ୍ୟ ମଞ୍ଜରୀ ମହାପାତ୍ର,ପ୍ରମିଳା ଜେନା,ଅମ୍ବିକା ପୃଷ୍ଟି, ରାଜକିଶୋର ଚୌଧୁରୀ , ମଦନମୋହନ ବେହେରା,ସସ୍ମିତା ବେହେରା,ପ୍ରଭାସିନୀ ଦତ୍ତ,ଚୈତନ୍ୟ ନାୟକ,ବୀଣାପାଣୀ ସାହୁ,ପ୍ରମୋଦ କୁମାର ପାଲ୍,ସାଗରୀକା ଲେଙ୍କା,ଜ୍ୟୋତିର୍ମୟୀ ସାହୁ, ସୁଦେଷ୍ଣା ଭୂୟାଁ ,ଅତିଥି ଶିକ୍ଷକ ଦର୍ପଗଞ୍ଜନ ସିଂ ଅଫିସ୍ ସହାୟକ ରଣଜିତ୍ ଦାସଙ୍କ ସହ ସମସ୍ତ ଶିକ୍ଷକ ଓ କର୍ମଚାରୀ ଇତ୍ୟବସରରେ ଉପସ୍ଥିତ ଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories