www.samajalive.in
Saturday, December 6, 2025
16.1 C
Bhubaneswar

ପୋଖରୀରେ ବୁଡି ଶିଶୁ ମୃତ

ଝୁମ୍ପୁରା : ଝୁମ୍ପୁରା ବ୍ଲକ ଗୁଣ୍ଡୁଣିଆଁ ନିକଟସ୍ଥ ବନ୍ଧଡିହି ସାହିର ଜଶେ ଶିଶୁ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛି। ବନ୍ଧଡିହି ଗ୍ରାମର ଘନଶ୍ୟାମ ମୁଣ୍ଡାଙ୍କ ପୁଅ ରାମଚନ୍ଦ୍ର ମୁଣ୍ଡା (୪) ସାହିରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ପ୍ରିସ୍କୁଲ ଶିକ୍ଷା ଗ୍ରହଣ କରୁଥିଲେ। ବୁଧବାର ଅଙ୍ଗନବାଡି କେନ୍ଦ୍ରକୁ ଶିକ୍ଷା ଗ୍ରହଣ କରିବା ପାଇଁ ଯାଇଥିଲେ। ସେଠାରୁ ସ୍କୁଲ ସାରି ଘରକୁ ଫେରୁଥିବା ସମୟରେ ନିକଟରେ ରହିଥିବା ପୋଖରୀକୁ ଶୌଚ କରିବା ପାଇଁ ଯାଇଥିଲେ । ପୋଖରୀରେ ଗୋଡ ଖସି ଯିବାରୁ ପାଣିରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଶିଶୁକୁ ପୋଖରୀରୁ ଉଦ୍ଧାର କରାଯାଇ ଚମ୍ପୁଆ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ କିନ୍ତୁ ଡାକ୍ତର  ମୃତ ଘୋଷଣା କରିଥିଲେ। ଘନଶ୍ୟାମ ମୁଣ୍ଡାଙ୍କ  ସ୍ତ୍ରୀ ପୂର୍ବରୁ ମୃତ୍ୟୁ ବରଣ କରିଥିବା ବେଳେ ବର୍ତମାନ ପୁଅର ଅକାଳ ମୃତ୍ୟୁ ହୋଇ ଯାଇଥିବାରୁ ଘନଶ୍ୟାମ ସଂପୂର୍ଣ୍ଣ ଭାଙ୍ଗିପଡିଥିବା ଦେଖିବାକୁ ମିଳିଛି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories