www.samajalive.in
Monday, December 8, 2025
16.1 C
Bhubaneswar

ଶେଷ ହେଲା ଘୋଷଯାତ୍ରା : ରତ୍ନସିଂହାସନକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ : ଚତୁର୍ଦ୍ଧାମୂର୍ତିଙ୍କ ରଥଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ ନୀତି ଶୁକ୍ରବାର ରାତିରେ ଶେଷ ହୋଇଛି। ୧୨ ଦିନ ଯାତ୍ରା ସାରି ନୀଳକନ୍ଦର ରତ୍ନସିଂହାସନକୁ ବିଜେ କରିଛନ୍ତି ମହାପ୍ରଭୁ। ରଥ ଉପରେ ଶ୍ରୀଜୀଉମାନଙ୍କ ସଂନ୍ଧ୍ୟାଧୂପ ନୀତି ସମ୍ପନ୍ନ ହେବା ପରେ ଚାରମାଳ ବନ୍ଧା ଯାଇଥିଲା। ବିଜେ କାହାଳୀ ବାଜି ଉଠିଥିଲା। ବନ୍ଦାପନା ଓ ଡ଼ୋରଲାଗି ନୀତି ଅନୁଷ୍ଠିତ ହୋଇଥିଲା। ପୁଷ୍ପାଳକ ସେବାୟତମାନେ ପ୍ରଥମେ ରାମକୃଷ୍ଣ ଓ ମଦନମୋହନ ବିଗ୍ରହଙ୍କୁ ହସ୍ତରେ ଧରି ଶ୍ରୀମନ୍ଦିର ଦକ୍ଷିଣି ଘରକୁ ବିଜେ କରାଇଥିଲେ। ପରେ ପରେ ଗୋଟି ପହଣ୍ଡିରେ ଶ୍ରୀ ସୁଦର୍ଶନ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରା ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ଗମ୍ଭୀରାରେ ବିଜେ କରିଥିଲେ। ପୂର୍ବରୁ ରତ୍ନ ସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧା ଯାଇଥିଲା। ରଥଯାତ୍ରା ସମୟରେ ଅଖଣ୍ଡ ଦୀପ ମାଜଣା ହୋଇ ରଖାଯାଇଥିଲା। ଆଜି ବଇଠା ଉପରେ ଜଳିଥିଲା।

ପ୍ରଭୁ ଶ୍ରୀ ଜଗନ୍ନାଥ ନନ୍ଦିଘୋଷ ରଥର ଚାରମାଳ ଉପରକୁ ଆସିବା ପରେ ରୋଷଘର ଉପରେ ଥିବା ଚାହାଣି ମଣ୍ଡପରେ ଲକ୍ଷ୍ମୀ ନାରାୟଣ ଭେଟ ହୋଇଥିଲା। ପ୍ରଭୁ ସିଂହଦ୍ୱାର ନିକଟକୁ ଆସିବା ପରେ କିଛି ସମୟ ସିଂହଦ୍ୱାର ବନ୍ଦ ହୋଇ ପରେ ଖୋଲିଥିଲା। ଶ୍ରୀ ଜଗନ୍ନାଥ ପହଣ୍ଡି ହୋଇ ଜୟ ବିଜୟ ଦ୍ୱାର ନିକଟକୁ ଯିବା ବେଳେ ଭିତର ପଟୁ କବାଟ ବନ୍ଦ ହୋଇଥିଲା। ଲକ୍ଷ୍ମୀ ଠାକୁରାଣୀଙ୍କ ତରଫରୁ ଦ୍ୱାରର ଭିତର ପଟେ କିଛି ସେବାୟତ ଓ ଜଗନ୍ନାଥଙ୍କ ନିକଟରେ ଥିବା ଦଇତାପତିଙ୍କ ମଧ୍ୟରେ ବଚନିକା ହୋଇଥିଲା। ସାତ ପାହାଚରେ ସପ୍ତଋଷି ବନ୍ଦାପନା ଓ ଗରୁଡ଼ ସ୍ତମ୍ବ ନିକଟରେ ବିଭୀଷଣ ବନ୍ଦାପନା ହୋଇଥିଲା। ମହାପ୍ରଭୁ ଭିତର କାଠ ଭଣ୍ଡାର ଘର ଠାରେ ପହଞ୍ଚିବା ପରେ ଋକ୍ମିଣୀ ବିବାହର ଗଇଁଠାଳ ଫିଟିଥିଲା। ପ୍ରଭୁ ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିବା ସହ ରସଗୋଲା ଭୋଗ କରାଯାଇଥିଲା। ବର୍ଷକର ଏହି ଗୋଟିଏ ଠାକୁରଙ୍କ ନିକଟରେ ରସଗୋଲା ଭୋଗ କରାଯାଇଥାଏ। ପରେ ପରେ ଘସା, ବିଡ଼ିଆ ମଣୋହି ସରିବା ପରେ ମହାପ୍ରଭୁ ରତ୍ନ ସିଂହାସନକୁ ବିଜେ କରିଥିଲେ।

- Advertisement -

କାଲିଠୁ ଶ୍ରୀମନ୍ଦିରରେ ମିଳିବ ନୀଳାଚଳ ଅବଢ଼଼ା

ରଥଯାତ୍ରାରେ ମହାପ୍ରଭୁ ଯିବା ପରେ ରଥ ଉପରେ ଶୁଖିଲା ଭୋଗ, ଫଳମୂଳ ଅର୍ପଣ କରାଯାଇଥିଲା। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିଜେ କରିବା ପରେ ଆଡ଼ପ ଅବଢ଼଼ା ଭୋଗ କରାଯାଇଥିଲା। ବାହୁଡ଼ା ଦିନ ଖେଚୁଡ଼ି ଭୋଗ ଖାଇ ପ୍ରଭୁ ନାକଚଣା ଦ୍ୱାର ଦେଇ ରଥକୁ ପହଣ୍ଡି ହୋଇଥିଲେ। ବାହୁଡ଼ା ଦିନ ରଥ ଉପରେ ବିଭିନ୍ନ ନୀତି ଅନୁଷ୍ଠିତ ହେବା ସହ ଶୁଖିଲା ଭୋଗ ଅର୍ପଣ ହୋଇଥିଲା। ଗୁରୁବାର ଅଧରପଣା ପରେ ଶୁକ୍ରବାର ନିଳାଦ୍ରୀ ବିଜେ କରି ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତି ବିରାଜମାନ କରିଛନ୍ତି। ଶନିବାର (ଆସନ୍ତାକାଲି)ଠାରୁ ମା ମହାଲକ୍ଷ୍ମୀଙ୍କ ହାତରନ୍ଧା ପ୍ରସାଦ ରୋଷ ଘରୁ ଆସି ରତ୍ନ ସଂହାସନ ନିକଟରେ ଭୋଗ ଲାଗି ହେବ। ଏହି ଭୋଗ ଲାଗି ହେବା ପରେ ଭକ୍ତ ମାନେ ମହାପ୍ରସାଦ ପାଇବେ। ନୀଳାଚଳରେ ଏହି ପ୍ରଥମ ଅବଢ଼ାକୁ ଭକ୍ତ ମାନେ ପାଇ ମହା ଆନନ୍ଦିତ ହେବେ। ନୀଳାଚଳ ଅବଢ଼ା ସେବନ ଓ ବ୍ରାହ୍ମଣ ଭୋଜନ କରାଇଲେ ମହାପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories