www.samajalive.in
Saturday, December 13, 2025
14.1 C
Bhubaneswar

ନୀଳାଚଳ ଇସ୍ପାତ ନିଗମର ପୁନଃରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ଅର୍ଥମନ୍ତ୍ରୀ

ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଂଚଳଠାରେ ପ୍ରତିଷ୍ଠିତ ଏକମାତ୍ର ସରକାରୀ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମକୁ ବିକ୍ରି ନକରି ଏହାର ପରିଚାଳନା ଭାର ସେଲ, ଆରଆଇଏନଏଲ କିମ୍ବା ଏନଏମଡିସି ପରି ସରକାରୀ ଉଦ୍ୟୋଗକୁ ଦେଇ ଏହାକୁ ବକଶିତ କରାଯାଇ ପାରିଲେ ଏହା ଏକ ଲାଭଦାୟକ ସରକାରୀ କାରଖାନା ହୋଇପାରିବ ବୋଲି ଓଡିଶାର ପୂର୍ବତନ ଅର୍ଥମନ୍ତ୍ରୀ ତଥା କଳିଙ୍ଗ ନଗର ମଜଦୁର ୟୁନିୟନର ମୁଖ୍ୟ ଉପଦେଷ୍ଟା ଡଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ରାଜ୍ୟ ମୁଖ୍ୟମନ୍ତ୍ରୀ , କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିୟୁଷ ଗୋୟଲ ଏବଂ ହରଦୀପ ସିଂ ସୁରଜିତଙ୍କୁ ଚିଠି ଲେଖି ଜଣାଇଛନ୍ତି।

ନୀଳାଚଳ ଇସ୍ପାତ ନିଗମର ପୁନଃରୁଦ୍ଧାର ପାଇଁ ଚଳିତ ମାସ ୧୩ ତାରିଖ ଦିନ କେନ୍ଦ୍ର ଇସ୍ପାତ ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଅନୁଷ୍ଠିତ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ବାଣିଜ୍ୟ, ଶିଳ୍ପ ଏବଂ ରେଳବାଇ ବିଭାଗ ମନ୍ତ୍ରୀ ପିୟୁଷ ଗୋୟଲ, ବେସାମରିକ ବିମାନ ଚଳାଚଳ ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ଓଡିଶାର ମୁଖ୍ୟ ଶାସନ ସଚିବ ପ୍ରମୁଖ ଯୋଗଦେଇଥିବା ବେଳେ ଏଥିରେ ଏମଏମଟିସିକୁ ନୀଳାଚଳ ଇସ୍ପାତ ନିଗମରେ ଗଛିତ ଥିବା ପ୍ରାୟ ୨୩୦ କୋଟି ଟଙ୍କାର ଉତ୍ପାଦିତ ଦ୍ରବ୍ୟକୁ ବିକ୍ରିକରି କର୍ମଚାରୀ ଓ ଶ୍ରମିକ ମାନଙ୍କର ବକେୟା ଏବଂ ଦରମା ଦେବା ସହିତ ଆଗାମୀ ୩ରୁ ୪ ମାସ ମଧ୍ୟରେ ପୁଂଜି ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ଡିପାର୍ଟମେଂଟ ଅଫ ଇନଭେଷ୍ଟମେଂଟ ଆଣ୍ଡ ପବ୍ଲିକ ଆସେସ ମ୍ୟାନେଜମେଂଟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ଶ୍ରୀ ଘଡାଇଙ୍କ ମତ ହେଉଛି କେନ୍ଦ୍ର ସରକାର ଯେତେବେଳେ ଦେଶରେ ଇସ୍ପାତ ଉତ୍ପାଦନ ୧୦୦ ମିଲିୟନ ଟନ କରିବା ପାଇଁ ନିଷ୍ପତି ନେଇଛନ୍ତି ସେହି ସମୟରେ ଏମଏମଟିସି, ଓଏମସି, ଇପିକଲ, ଏନଏମଡିସି, ମେକନ, ଭେଲ ଏବଂ ଆଇଡିବିଆଇ ବ୍ୟାଙ୍କ ସହାୟତାରେ ପ୍ରତିଷ୍ଠିତ ହୋଇଥିବା ଏକ ସରକାରୀ ଉଦ୍ୟୋଗ ବନ୍ଦ ହେବା ଉଚିତ ନୁହେଁ।

- Advertisement -

ବର୍ତ୍ତମାନ ନୀଳାଚଳ ଇସ୍ପାତ ନିଗମ ୧.୧ ମିଲିୟନ ଟନ ଉତ୍ପାଦନ କରିବା କ୍ଷମତା ରଖିଥିବା ବେଳେ ଏହାକୁ ୧୦ ମିଲିୟନ ଟନ ବିଶିଷ୍ଟ କାରଖାନାରେ ପରିଣତ କରିବା ପାଇଁ ଏଠାରେ ଆବଶ୍ୟକ ଭିତିଭୂମି ଏବଂ ନିଜସ୍ୱ ଖଣି ଅଛି। କେନ୍ଦ୍ର ସରକାର ଗତ ଜାନୁୟାରୀ ମାସରେ ନୀଳାଚଳ ଇସ୍ପାତ ନିଗମରୁ ପୁଂଜି ପ୍ରତ୍ୟାହାର ପାଇଁ ନିଷ୍ପତି ନେବା ପରେ ଏହାର ଆର୍ଥିକ କ୍ଷତିର ପରିମାଣ ବଢି ଯାଇଛି। ଅପରପକ୍ଷରେ ନୀଳାଚଳ ଇସ୍ପାତ ନିଗମର ଅଫିସର ଆସୋସିଏସନ, କଳିଙ୍ଗନଗର ମଜଦୁର ୟୁନିୟନ, ଅନ୍ୟାନ୍ୟ ଶ୍ରମିକ ସଂଗଠନ ଏବଂ ୩ ଜଣ ସାଂସଦଙ୍କର ପ୍ରସ୍ତାବ ଅନୁଯାୟି ନୀଳାଚଳ ଇସ୍ପାତ ନିଗମର ପରିଚାଳନା ଭାର ସେଲ, ଆରଆଇଏନଏଲ କିମ୍ବା ଏନଏମଡିସିକୁ ଦିଆଯାଇପାରେ ନଚେତ୍ ଏହାର ଅଂଶିଦାର ମାନଙ୍କୁ ଅଂଶଧନ ବଢାଇବା ପାଇଁ କୁହାଯାଇ ପାରେ ବୋଲି ଶ୍ରୀ ଘଡାଇ ଆହୁରି ପ୍ରକାଶ କରିଛନ୍ତି।

ନୀଳାଚଳ ଇସ୍ପାତ ନିଗମ ଯେତେବେଳେ ୨୦୨୦ ମସିହା ମାର୍ଚ୍ଚମାସରୁ ବନ୍ଦ ହୋଇପଡିଛି ସେତେବେଳେ ଏହା ବିକ୍ରିହେଲେ ଏହାର ମୁଲ୍ୟ ହ୍ରାସ ଘଟିବ ଏବଂ କୋଭିଡ-୧୯ ଭଳି ମହାମାରି ସମୟରେ ଉପଯୁକ୍ତ ଖରିଦ ଦାର ମିଳିବେ ନାହିଁ। ତେଣୁ ଖୁବ ଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଠକ ଡାକି ନୀଳାଚଳ ଇସ୍ପାତ ନିଗମ ପୁରା କାର୍ଯ୍ୟକ୍ଷମ ହେବା ଉପରେ ଏକ ସକରାତ୍ମକ ନିଷ୍ପତି ନେବା ସହିତ କେନ୍ଦ୍ରୀୟ ସରକାରୀ ଉଦ୍ୟୋଗରେ ଏହାକୁ ମିଶ୍ରଣ କରିବା ପାଇଁ ବିଚାର କରିବାକୁ ଶ୍ରୀ ଘଡାଇ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀମାନଙ୍କୁ ଚିଠିଲେଖି ଅନୁରୋଧ କରିଛନ୍ତି।

Hot this week

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

Related Articles

Popular Categories