ନୀଳାଚଳ କୃଷକ ମହାସଂଘ ପକ୍ଷରୁ ସାକ୍ଷୀଗୋପାଳ କୃଷି ଜିଲ୍ଲା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ସାକ୍ଷୀଗୋପାଳ : ସାମୁଦ୍ରିକ ବାତ୍ୟା ଜୱାଦ ପ୍ରଭାବରେ ସତ୍ୟବାଦୀ ବ୍ଲକର  କ୍ଷତିଗ୍ରସ୍ତ  ହୋଇଥିବା ଧାନ ଓ ରବି ଫସଲର  ତୁରନ୍ତ ସରଜମିନ ତଦନ୍ତ କରି ଚାଷୀ ମାନଙ୍କୁ ଉଚିତ ପ୍ରାପ୍ୟ ଦେବା ପାଇଁ ନୀଳାଚଳ କୃଷକ ମହାସଂଘ ପକ୍ଷରୁ ଆଜି ରାୟଖଣ୍ଡି ପଞ୍ଚାୟତର  ମା’ ପାଳପୋଛିଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମହାସଂଘର  ସତ୍ୟବାଦୀ ବ୍ଲକ ସଭାପତି ସୁଶାନ୍ତ କୁମାର ଶତପଥିଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିଲା । ଏଥିରେ ସମସ୍ତ ଉପସ୍ଥିତ କର୍ମକର୍ତ୍ତାଙ୍କ ଭାବା ବେଗକୁ  ଲକ୍ଷ୍ୟ କରି  ତୁରନ୍ତ ପ୍ରତିକାର ପାଇଁ ଜିଲ୍ଲା କୃଷି ଅଧିକାରୀଙ୍କୁ ମହାସଂଘର ତରଫରୁ  ଚାଷୀଙ୍କୁ  ଉଚିତ କ୍ଷତିପୂରଣ ଓ କୃଷିଋଣ ଛାଡ଼ ସହ ବିନା ସୁଧରେ ଦୁଇଗୁଣ ଋଣ ପ୍ରଦାନ, ରବିଚାଷ ପାଇଁ ବିହନ ଓ ସାର ଯୋଗାଣ, ବୀମା କମ୍ପାନୀ ଦ୍ବାରା ତୁରନ୍ତ କ୍ଷତି ପୂରଣ ଦାବିରେ ଏକ ସ୍ମାରକ ପତ୍ର ପ୍ରଦାନ ପାଇଁ ମହାସଂଘର ସଭାପତି ଗୋପୀନାଥ ମିଶ୍ର ପ୍ରକାଶ କରିଥିଲେ । ଏକ ପ୍ରତିନିଧି ଦଳସ୍ମାରକ ପତ୍ର ସାକ୍ଷୀଗୋପାଳ କୃଷି ଜିଲ୍ଲା ଅଧିକାରୀଙ୍କୁ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମହାସଂଘର ଉପଦେଷ୍ଟା ମଣ୍ଡଳୀ ଅଧ୍ୟକ୍ଷ ନିରଞ୍ଜନ ମହାପାତ୍ର, ଫଗୁ ଚରଣ ପରିଡ଼ା, ମାଧବ ଚନ୍ଦ୍ର ବରାଳ, ବୁଲା ପରିଡା, ନଗେନ ବରାଳ, ନରେନ୍ଦ୍ର ସ୍ୱାଇଁ, ରାମଚନ୍ଦ୍ର ସ୍ୱାଇଁ, ଶରତ ଚନ୍ଦ୍ର ବରାଳ, ବସନ୍ତ କୁମାର ମହାପାତ୍ର, ସର୍ବେଶ୍ୱର ଜେନା, କାର୍ତ୍ତିକ ନାୟକଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।

Comments are closed.