www.samajalive.in
Sunday, December 7, 2025
26.1 C
Bhubaneswar

ଭଲ ନିଦ ପାଇଁ ଖାଆନ୍ତୁ ‘ନାଇଟ୍‌-ଆଇସକ୍ରିମ୍’

ନିଦ୍ରାହୀନତା ସମସ୍ୟାରେ ବାନ୍ଧି ହୋଇଥିବା ବ୍ୟକ୍ତିଜଣକ ବିଭିନ୍ନ ପ୍ରୟାସ କରିବାକୁ ପଛାଇନଥାନ୍ତି। ଖାଦ୍ୟପାନୀୟ ସହ ରୁଟିନ୍‌‌ ଅନୁସାରେ ନିଜ ଜୀବନଶୈଳୀକୁ ମଧ୍ୟ ଏମାନେ ପରିବର୍ତ୍ତନ କରୁଥିବାର ଦେଖାଯାଏ। କେତେକଙ୍କୁ ଲାଭ ମିଳିଲାବେଳେ ଅନ୍ୟମାନେ ନିରାଶ ହୋଇଥାନ୍ତି। ଲୋକଙ୍କ ଏଇ ନିଦ୍ରାହୀନତା ସମସ୍ୟାକୁ ଲକ୍ଷ୍ୟ କରି ଆମେରିକୀୟ କମ୍ପାନୀ ୨୦୧୯ରେ ‘ନାଇଟ୍ ଆଇସକ୍ରିମ୍’ର ବଜାର ପ୍ରବେଶ କରାଇଛି। ୪୦ହଜାରରୁ ଅଧିକ ଲୋକଙ୍କ ଉପରେ ଏଇ ଆଇସକ୍ରିମ୍ ପରୀକ୍ଷା ହୋଇସାରିଥିବାବେଳେ ପ୍ରକୃତରେ ଏହା କାର୍ଯ୍ୟକାରୀ ହେଉଥିବାର ସ୍ପଷ୍ଟ ହୋଇଛି। କାମର ଚାପ, ମାନସିକ ଚାପ କାରଣରୁ କେତେଜଣ ନିଦ୍ରାହୀନତା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଆଇସକ୍ରିମ୍ କମ୍ପାନୀର ଉପଦେଷ୍ଟାଙ୍କ ମତରେ କୌଣସି ପ୍ରକାର ରାସାୟନିକ ତତ୍ତ୍ବ ଏଥିରେ ବ୍ୟବହାର କରାଯାଇନାହିଁ। ଏହି ଆଇସକ୍ରିମ୍‌କୁ ଅଧିକଦିନ ଫ୍ରିଜ୍‌ରେ ନ ରଖି ବରଂ ଦିନେଦୁଇଦିନ ଭିତରେ ଖାଇବା ଭଲ। ନିଦ ପାଇଁ ସହାୟକ ହେଉଥିବା ଏନ୍‌ଜାଇମ୍, ମିନେରାଲ୍ସ, ଆମିନୋ ଏସିଡ୍‌ ତତ୍ତ୍ବ ଭରପୂର ଏହି ନାଇଟ୍ ଆଇସକ୍ରିମ୍ ଶୋଇବାର କିଛି ସମୟ ପୂର୍ବରୁ ଖାଇଲେ ନିଦ ଗାଢ଼ ହୁଏ। ଗୋଟିଏ କୋନ୍ ପିଛା ଏଇ ନିଦ ଆଇସକ୍ରିମ୍‌ର ଦର ୪୫୦-୫୫୦ ଟଙ୍କା ଧାର୍ଯ୍ୟ ହେବା ସହ ଏହାର ବିଭିନ୍ନ ସୁଆଦଗୁଡ଼ିକ ଯଥାକ୍ରମେ ‘ମିଡ୍‌ନାଇଟ୍ ଚକୋଲେଟ୍’, ‘ଫୁଲ୍ ମୁନ୍ ଭାନିଲା’, ‘କୁକିଜ୍ ଆଣ୍ଡ ଡ୍ରିମସ୍’, ‘ଚେରି ଏକଲିପ୍ସ’, ‘ଆଫ୍ଟର ଡିନର୍‌ ମିଣ୍ଟ ଚିପ୍’ ଇତ୍ୟାଦି। ଭାରତୀୟ ବଜାରରେ ଏଇ ନିଦୁଆ ଆଇସକ୍ରିମ୍ ମିଳିବ ବୋଲି ଶୁଣାଯାଉଛି, ବଜାରକୁ ଆସିବା ପରେ ଆମ ଦେଶୀ ଗ୍ରାହକଙ୍କ ମଧ୍ୟରେ ଏଇ ନିଦ ଆଇସକ୍ରିମ୍‌ ଲୋକପ୍ରିୟ ହେବାର ଆଶା କରାଯାଉଛି। n

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories