www.samajalive.in
Monday, December 8, 2025
24.1 C
Bhubaneswar

ନିକ୍‍-ପ୍ରିୟଙ୍କାଙ୍କ ପ୍ରଥମ ରିସେପସନ୍‍ ପାର୍ଟି ଆଜି : ସାମିଲ ହେବେ ପ୍ରଧାନମନ୍ତ୍ରୀ !

ନୂଆଦିଲ୍ଲୀ : ଯୋଧପୁରରେ ଉଭୟ ଖ୍ରୀଷ୍ଟିୟାନ ଓ ହିନ୍ଦୁ ପରମ୍ପରାରେ ବିବାହ କରି ପ୍ରିୟଙ୍କା ଚୋପ୍ରା ଓ ନିକ୍‍ ଜୋନାସ ଦିଲ୍ଲୀ ଫେରିଛନ୍ତି। ମଙ୍ଗଳବାର ଦିଲ୍ଲୀର ତାଜ୍‍ ପ୍ୟାଲେସରେ ନିକ୍‍-ୟଙ୍କାଙ୍କ ପ୍ରଥମ ରିସେପସନ୍‍ ପାର୍ଟି ଅନୁଷ୍ଠିତ ହେଉଛି। ସୂଚନା ଅନୁସାରେ, ପ୍ରିୟଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ପାର୍ଟିକୁ ନିମନ୍ତ୍ରଣ କରିଛନ୍ତି। ତେଣୁ ଏହି ସମାରୋହରେ ପ୍ରଧାନମନ୍ତ୍ରୀ ସାମିଲ ହେବାର ସମ୍ଭାବନା ରହିଛି। ଏତଦ୍‍ ବ୍ୟତୀତ ଦୁହିଁଙ୍କ ବହୁ ନିକଟ ସମ୍ପର୍କୀୟ ଓ ବନ୍ଧୁ ବର୍ଗ ମଧ୍ୟ ସାମିଲ ହେବେ।

ମିଳିଥିବା ଖବର ଅନୁସାରେ, ନିକ୍‍-ୟଙ୍କା ଦିଲ୍ଲୀ ପରେ ମୁମ୍ବଇରେ ଦ୍ୱିତୀୟ ରିସେପସନ୍‍ ପାର୍ଟି ଦେବେ। ମୁମ୍ବଇରେ ପାର୍ଟି କେଉଁ ଦିନ ଅନୁଷ୍ଠିତ ହେବ ଏନେଇ କୌଣସି ସଠିକ୍‍ ସୂଚନା ମିଳିନାହିଁ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories