ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ମାସ ପୂର୍ବରୁ ରାଜ୍ୟର ୧୬ଟି ଖଣି ନିଲାମ ହେବ । ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫଲ୍ଲ କୁମାର ମଲ୍ଲିକ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ୧୦ଟି ଲୁହା ଖଣି ଓ ୬ଟି ଅନ୍ୟାନ୍ୟ ଖଣି ନିଲାମ ହେବ। ରାଜ୍ୟ ସରକାର ଖଣି ନିଲାମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ମିଳିବା ପରେ ଖଣି ଗୁଡିକୁ ନିଲାମ କରାଯିବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
ଅନ୍ୟ ପକ୍ଷରେ ସେ କହିଛନ୍ତି ଯେ ମୋଟ୍ ୩୧ଟି ଖଣି ମାଲିକ ଜରିମାନା ପୈଠ କରିବାରେ ଖିଲାପ କରିଛନ୍ତି । ତେବେ ୨୫ଟି ଖଣି ମାଲିକ କୋର୍ଟରୁ ରହିତାଦେଶ ଅନୁମତି ଆଣିଛନ୍ତି । ଅନ୍ୟ ୬ଟି ଖଣି ମାଲିକ ରହିତାଦେଶ ଆଣି ନାହାନ୍ତି। ତେଣୁ ସମସ୍ତ ଖଣିର ଲିଜ୍ ବାତିଲ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।



