www.samajalive.in
Saturday, December 6, 2025
17.1 C
Bhubaneswar

କୁଶଙ୍ଗ-ବାଣିଗୋଛା ରାସ୍ତା ଅବସ୍ଥା ଶୋଚନୀୟ

ହରଭଙ୍ଗା : ହରଭଙ୍ଗା ବ୍ଲକ ଅର୍ନ୍ତଗତ କୁଶଙ୍ଗ ଠାରୁ ବାଣିଗୋଛା ରାସ୍ତା ଏବେ ପଥଚାରୀଙ୍କ ପାଇଁ ମରଣଯନ୍ତା ପାଲଟିଛି। ରାସ୍ତା ଉପରେ ବିଭିନ୍ନ ସ୍ଥାନରେ ବଡ ବଡ ଖାଲ ଖମା ଯୋଗୁଁ ବହୁ ସମୟରେ ଛୋଟ ବଡ ଦୁର୍ଘଟଣା ଘଟୁଥିବା ନଜରକୁ ଆସିଛି। ପ୍ରକାଶ ଯେ କୁଶଙ୍ଗ ଠାରୁ ବାଣିଗୋଛା ରାସ୍ତା ଉପରେ କୁଶଙ୍ଗ, ମହାଲ୍ଲିକପଡା ଏବଂ ତଳଗାଁ ଭଳି ତିନୋଟି ଦୁର୍ଗମ ପଂଚାୟତର ୬୦ରୁ ଉଦ୍ଧ୍ୱର୍ ଗାଁ ଲୋକେ ନିର୍ଭର କରନ୍ତି। ଏହି ରାସ୍ତା ଦେଇ ବର୍ତମାନ ଲକ୍ଷ୍ମୀ ବସ ଯାତାୟତ ଯୋଗୁଁ ଉପାନ୍ତ ଗାଁର ଲୋକେ ବ୍ଲକ ସଦରମହକୁମାକୁ ପଂହଚିବା ପାଇଁ ଅନେକ ସୁବିଧା ହୋଇପାରିଛି।

ମାତ୍ର ଚଳିତବର୍ଷ ମାର୍ଚ୍ଚ ମାସରେ କୁଶଙ୍ଗ ଠାରୁ ଭାୟା ମହାଲ୍ଲିକପଡା, ଯାବର ତଳଗାଁ, ଗଣ୍ଡାପାଜୁ ଦେଇ ବାଣିଗୋଛା ପର୍ଯ୍ୟନ୍ତ ଏକ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ପୂର୍ତ ବିଭାଗ ପକ୍ଷରୁ ଯୋଜନା ରହିଥିଲା। ଏହି ଅବସରରେ ତତ୍କାଳୀନ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଦ୍ୱାରା ଭିତି ପ୍ରସ୍ତର ସ୍ଥାପନ ମଧ୍ୟ କରାଯାଇଥିଲା। ମାତ୍ର ସରକାର ବଦଳିବା ପରେ ଏହି ରାସ୍ତା ନିର୍ମାଣ କେବେ ଆରମ୍ଭ ହେବ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୁଶଙ୍ଗ ଠାରୁ ବାଣିଗୋଛା ପର୍ଯ୍ୟନ୍ତ ସ୍ଥାୟୀ ରାସ୍ତା ନିର୍ମାଣ ହେଲେ ଆଠମଲ୍ଲିକ ଅଂଚଳରୁ ଏହି ରାସ୍ତା ଦେଇ ଭୁବନେଶ୍ୱର ଯାଉଥିବା ବଡ ବଡ ଯାତ୍ରୀବାହୀ ବସଙ୍କ ଗମନାଗମନ ପାଇଁ ସହାୟକ ହେବ।

ଅଧିକ ଘୁଙ୍ଗୁଡି ମାରୁଥିଲେ ହୋଇପାରେ ଗଳା କର୍କଟ; ଜାଣନ୍ତୁ କେମିତି ଦୂର ହେବ ସମସ୍ୟା..


ଏହା ସହିତ ଉପାନ୍ତ ଅଂଚଳ ଲୋକେ ଘର ପାଖରୁ ଭୁବନେଶ୍ୱର ସହିତ ବିଭିନ୍ନ ଜିଲ୍ଲାକୁ ଯାତାୟତ ପାଇଁ ସୁବିଧା ପାଇପାରିବେ। ଖାଲି ସେତିକି ନୁହେଁ ହରଭଙ୍ଗା ବ୍ଲକ ହରଭଙ୍ଗା, ଛତ୍ରଙ୍ଗ, ଶଙ୍କୁଲେଇ, ଧଳପୁର, କୁଶଙ୍ଗ, ମହାଲିକପଡା ଏବଂ ତଳଗାଁ ଭଳି ପଂଚାୟତ ଲୋକେ ନୟାଗଡ ଭୁବନେଶ୍ୱର ଏହି ରାସ୍ତା ଦେଇ ଯିବାକୁ ହେଲେ ୫୦ କିଲୋମିଟର ରାସ୍ତା କମ ପଡିବ। କୁଶଙ୍ଗ –ବାଣିଗୋଛା ରାସ୍ତା ଉତର ଜିଲ୍ଲା ସହିତ ଦକ୍ଷିଣ ପୂର୍ବ ଜିଲ୍ଲାକୁ ସଂଯୋଗ ପାଇଁ ଅନେକ ଗୁରତ୍ୱ ରଖୁଛି। ଏହା ସହିତ ଉପାନ୍ତ ଅଂଚଳରେ ଗମନାଗମନ ସୁବିଧା ସହିତ ଲୋକଙ୍କ ବିକାଶରେ ଏହା ବେଶ ସହାୟକ ହେବ। ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ପୂର୍ତ ବିଭାଗ ରାସ୍ତା ନିର୍ମାଣ ଦିଗରେ ଖସଡା ପ୍ରସ୍ତୁତି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସମାଜସେବୀ ଭିକାରୀ ଚରଣ ବାଇ ଦାବି କରିଛନ୍ତି। ଏ ଦିଗରେ ବୌଦ୍ଧ ଜିଲ୍ଲାପାଲ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବି ହେଉଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories