www.samajalive.in
Saturday, December 6, 2025
14.1 C
Bhubaneswar

ରଥ କାଠ ଯୋଗାଣ ନେଇ ସ୍ୱତନ୍ତ୍ର ସମୀକ୍ଷା ବୈଠକ

ଡେସ୍କ: ବନବିଭାଗ ପକ୍ଷରୁ ପୁରୀରେ ରଥ କାଠ ଯୋଗାଣକୁ ନେଇ ଆଜି ଏକ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ବନ ସଂରକ୍ଷକ ଶିଶିର କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନୟାଗଡ଼, ପୁରୀ ସମେତ ୬ଟି ବନ ବିଭାଗର ଅଧିକାରୀ ଓ ବରିଷ୍ଠ ବନ ଅଧିକାରୀ ସାମିଲ ହୋଇଥିଲେ। ରଥ ନିର୍ମାଣ ନେଇ ଆବଶ୍ୟକୀୟ ରଥ କାଠ ଯୋଗାଣରେ ଯେଭଳି କୌଣସି ସମସ୍ୟା ନଉପୁଜେ ସେ ଦିଗରେ ବନ ବିଭାଗ ଅଧିକାରୀ ମାନେ ରଥ ନିର୍ମାଣ କରୁଥିବା ମହାରଣା ଓ ଭୋଇ ସେବକଙ୍କ ସହ କରିଛନ୍ତି ଆଲୋଚନା କରିଥିଲେ। ବିଶେଷ କରି ଆବଶ୍ୟକୀୟ କାଠ ଯୋଗାଣ ନେଇ ବନ ପ୍ରକଳ୍ପ ପ୍ରତିଷ୍ଠା ତଥା କାଠ ଯୋଗାଣ ସମସ୍ୟା ଦୂର କରିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ ନେଇ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଭୁବନେଶ୍ୱରର ଆଞ୍ଚଳିକ ମୁଖ୍ୟ ବନ ସରଂକ୍ଷକ ମନୋଜ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories